Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବିଜେପି ନେତାଙ୍କ ଧମକ ପରେ ଉଦ୍ଧବଙ୍କ ପ୍ରତି ଜବାବ, ‘ଏତେ ଜୋରରେ ଚାପୁଡା ମାରିବି ଯେ…’

1/08/2021 at 9:33 PM

ମୁମ୍ବାଇ ୦୧।୦୮: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଭାରତୀୟ ଜନତା ପାର୍ଟି ଉପରେ ପରୋକ୍ଷରେ ହମଲା କରିଛନ୍ତି। ସେ କହିଛନ୍ତି, ଧମକପୂର୍ଣ୍ଣ ଭାଷା ବରଦାସ୍ତ କରାଯିବ ନାହିଁ। ଏମିତି ଭାଷା ପ୍ରୟୋଗ କରୁଥିବା ଲୋକଙ୍କୁ ଜବାବ ଦିଆଯିବ। ବିଜେପି ବିଧାୟକ ପ୍ରସାଦ ଲାଡଙ୍କ ଟିପ୍ପଣୀକୁ ଦୃଷ୍ଟିରେ ରଖି ଠାକରେ ଏହି ବୟାନ ଦେଇଛନ୍ତି। ଲାଡ୍ କହିଥିଲେ ଯେ, ଯଦି ଆବଶ୍ୟକ ପଡେ ମଧ୍ୟ ମୁମ୍ବାଇରେ ଠାକରେଙ୍କ ନେତୃତ୍ଵାଧୀନ ପାର୍ଟିର ମୁଖ୍ୟାଳୟ ଶିବସେନା ଭବନକୁ ଧ୍ଵସ୍ତ କରି ଦିଆଯିବ। ପରେ ସେ ନିଜର ମନ୍ତବ୍ୟ ପ୍ରତ୍ୟାହାର କରିବା ସହ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଗଣମାଧ୍ୟମ ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରକାଶ କରିଛି।

ଏଠାରେ ବିଡିଡି ଚାଲ୍ ପୁନର୍ବିକାଶ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଠାକରେ ନିଜର ତିନି ପାର୍ଟିର ମହାବିକାଶ ଅଘାଡି ସରକାରକୁ ଟ୍ରିପଲ୍ ସିଟ୍‌ ସରକାର ଆଖ୍ୟା ଦେଇଛନ୍ତି। ଏହି ସମୟରେ ସେ ହିନ୍ଦୀ ଫିଲ୍ମ ଦବଙ୍ଗର ଏକ ସଂଳାପକୁ ମନେ ପକାଇ କହିଛନ୍ତି, ଚାପୁଡାରେ ଡର ଲାଗେ ନାହିଁ। କାହାରିକୁ ମଧ୍ୟ ଆମେ ଚାପୁଡା ମାରିବାର ଭାଷା କହିବା ଅନୁଚିତ୍ କାରଣ ଆମେ ବୁଲି କି ଏତେ ଜୋରରେ ଚାପୁଡା ମାରିବୁ ଯେ, ଅନ୍ୟ ବ୍ୟକ୍ତି ନିଜ ପାଦରେ ଛିଡା ହୋଇ ପାରିବ ନାହିଁ।

ଚାଲ୍ ପୁନର୍ବିକାଶ ପ୍ରକଳ୍ପର ଲାଭାର୍ଥୀଙ୍କୁ ଯୋଜନା ପୂରା ହେବା ପରେ ଲୋଭରେ ନ ପଡିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଠାକରେ କହିଛନ୍ତି, ପୁନର୍ବିକାଶର ନିର୍ମାଣରେ ମରାଠୀ ସଂସ୍କୃତିକୁ କୌଣସି ବି ମୂଲ୍ୟରେ ସଂରକ୍ଷିତ ରଖିବା ଉଚିତ୍। କାରଣ ଚାଲ୍ ଏକ ଐତିହାସିକ ବିରାସତ, ଯେଉଁଠି କ୍ରାନ୍ତିକାରୀମାନେ ନିଜର ପ୍ରାଣବଳୀ ଦେଇଛନ୍ତି। ଏହା ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନର ସାକ୍ଷୀ।

   Related Posts