ମଧ୍ୟପ୍ରଦେଶ ଉପନିର୍ବାଚନ: ଜନାଦେଶ ଓଲଟାଇବ ସରକାର ନା ଚାଲିବ ଶିବରାଜଙ୍କ ରାଜ, ଜାଣନ୍ତୁ କ’ଣ କହୁଛି ଗଣିତ

Published By : Prameya-News7 Bureau | November 02, 2020 IST

ଭୋପାଲ ୨।୧୧:  ମଧ୍ୟପ୍ରଦେଶ ଉପନିର୍ବାଚନ ୩ ନଭେମ୍ବର ମଙ୍ଗଳବାର ଅନୁଷ୍ଠିତ ହେବ। ଏବେ ଶିବରାଜ ସିଂହ ଚୌହାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ରାଜ୍ୟରେ କମଳ ଖେଳିବ ନା କମଲ ନାଥଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଫେରସ୍ତ ମିଳିବ ଉପନିର୍ବାଚନ ଫଳାଫଳ ଏହା ନିର୍ଦ୍ଧାରଣ କରିବ। ରାଜ୍ୟରେ କରୋନା ସଂକଟ ଯୋଗୁ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସନ୍ଧ୍ୟା ସୁଦ୍ଧା ୧୨ ମନ୍ତ୍ରୀଙ୍କ ସମେତ ୩୫୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯିବ।

ଉପନିର୍ବାଚନରେ ଶିବରାଜଙ୍କ ସରକାରର ୩୪ରୁ ୪୦ ପ୍ରତିଶତ ମନ୍ତ୍ରୀଙ୍କ ଭାଗ୍ୟ ବାଜିରେ ଲାଗିଛି।  ଏଥିରେ ଦୁଇ ପୂର୍ବତନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ ଓ ତୁଲସୀ ରାମ ସିଲାବଟ୍ ୬ ମାସ ପର୍ଯ୍ୟନ୍ତ ବିଧାୟକ ହୋଇପାରିବେନି ବୋଲି ସାମ୍ବିଧାନିକ ବ୍ୟବସ୍ଥା ଲାଗି ଇସ୍ତଫା ଦେବାକୁ ବଧ୍ୟ ହୋଇଥିଲେ। ଏଣୁ ସେମାନେ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଭାଗ୍ୟ ପରୀକ୍ଷା ଲାଗି ଓହ୍ଲାଇଛନ୍ତି। ଉପନିର୍ବାଚନର ଫଳାଫଳ ଏମାନଙ୍କ ରାଜନୈତିକ କ୍ୟାରିୟରର ନିଷ୍ପତ୍ତି କରିବ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗେଦେଇଥିବା ୧୪ ବିଧାୟକଙ୍କୁ ଶିବରାଜ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି। ଏହି ସମସ୍ତ ମନ୍ତ୍ରୀ ଏବେ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।

କ୍ଷମତାର ଗଣିତ କିଛି ଏପରି
ବିଜେପି ହେଉ ଅଥବା କଂଗ୍ରେସ ସରକାର କିଏ କରିବ ତାହା ୨୨୯ ଆସନରୁ ସ୍ପଷ୍ଟ ହେବ। ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୩୦। ତେବେ ୨୨୯ରୁ ସଂଖ୍ୟାଗରିଷ୍ଠତା ନିର୍ଦ୍ଧାରିତ ହେବ। ଗୃହରେ ଏବେ ବିଜେପିର ୧୦୭ ବିଧାୟକ ଥିବା ବେଳେ କଂଗ୍ରେସର ୮୭ ବିଧାୟକ ଅଛନ୍ତି। ଏହା ଛଡା ବସପାର ୨, ସପାର ୧ ଓ ୪ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି। ୨୨୯ ସିଟ୍ ଆଧାରରେ ସଂଖ୍ୟାଗରିଷ୍ଠତା ନିର୍ଦ୍ଧାରିତ ହେବ। ୧୧୫ ବିଧାୟକ ଥିବା ଦଳ ହିଁ ରାଜ୍ୟରେ ସରକାର ଗଢିବ।

୨୮ ସିଟ୍‌ରେ ଜିତିଲେ କଂଗ୍ରେସର ହେବ ସରକାର
ବିଧାନସଭାରେ କଂଗ୍ରେସ ଆସନ ସଂଖ୍ୟା ହିସାବରେ ସମସ୍ତ ୨୮ଟିଜାକ ଆସନରେ ପ୍ରାର୍ଥୀ ଜିତିଲେ ହିଁ  ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ।  ଯଦି କଂଗ୍ରେସ ସବୁ ଆସନରେ ଜିତି ନପାରେ ତେବେ ଅନୁନ୍ୟ ୨୧ଟି ଆସନ ଯେମିତି ହେଲେ ହାତେଇବାକୁ ପଡିବ। ହେଲେ ଗୃହରେ ସପା, ବସପା ଓ ନିର୍ଦ୍ଦଳୀୟଙ୍କ ସମର୍ଥନ ନେଇ ପୁଣି ସରକାର ଗଢିବାକୁ ଉଦ୍ୟମ କରିବାକୁ ସୁଯୋଗ ପାଇବ।

ବିଜେପିକୁ ନେବାକୁ ପଡିପାରେ ସାହାରା
ଯଦି ନିର୍ବାଚନରେ ବିଜେପି ୮ ଆନସ ବି ମିଳିଯାଏ ତେବେ ତାକୁ ପୁଣି ଅନ୍ୟ ଦଳର ବିଧାୟକଙ୍କ ସହାୟତା ନେବାକୁ ପଡିପାରେ। କାରଣ ଏବେ ଗୃହରେ ବିଜେପିକୁ ସପା, ବସପା ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.