ବିଜେପି ପ​‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟବାସୀଙ୍କୁ ମାଗଣା​‌ରେ ମିଳିବ କରୋନା ଟିକା

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଳୀ ୨୨/୧୦: ବିହାର ନିର୍ବାଚନ ପାଇଁ ପ୍ରତି ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶିତ କରୁଥିବା ବେଳେ କରୋନା ଭ୍ୟାକସିନ୍‌କୁ ନେଇ ରାଜନୀତି ସରଗରମ  ହୋଇଛି। ବିଶ୍ବର ସମସ୍ତ କୋଭିଡ ଟିକାର ଟ୍ରାଏଲ ଚାଲିଥିବା ବେଳେ ଭାରତର ରାଜନୈତିକ ଦଳ ଏହାକୁ ଏକ ରାଜନୈତିକ ମୁଦ୍ଦା କରିଛନ୍ତି ।

ବିହାରରେ ବିଜେପି ପ୍ରକାଶ କରିଥିବା ଇସ୍ତାହାରରେ ମାଗଣା କରୋନା ଟିକା ଦେବା ନେଇ ଘୋଷଣା କରିଛି। କିନ୍ତୁ ଏହାକୁ ନଜର​‌ରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ମାଗଣା କରୋନା ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି।

କରୋନା ଟିକା ପ୍ରସ୍ତୁତ ହୋଇସାରିବା ପରେ ରାଜ୍ୟବାସୀଙ୍କୁ ମାଗଣାରେ ଦିଆଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡ୍ଡାପଡି କେ ପଲାନିସ୍ବାମୀ ଗୁରୁବାର ଘୋଷଣା କରିଛନ୍ତି । ଏମିତି ଘୋଷଣା ଆଗାମୀ ବର୍ଷ ଅକ୍ଟୋବର ୭ରେ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ପଲାନିସ୍ବାମୀ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ନିର୍ମଳା ସୀତାରମଣ। ଥରେ ଆଇସିଏମଆର ଦ୍ବାରା ଭ୍ୟାକସିନ୍‌ ସ୍ବିକୃତୀ ପାଇବା ପରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି ସୀତାରମଣ କହିଛନ୍ତି।

କୋଭିଡ ୧୯ ଭ୍ୟାକସିନ୍‌ ସମ୍ପର୍କରେ ସୀତାରମଣ କହିଛନ୍ତି, ଦେଶ ଏବେ ଏମିତି ଏକ ସ୍ତରରେ ପହଞ୍ଚିସାରିଛି ଯେଉଁଠି ଟିକାର ବିଭିନ୍ନ ଚରଣର ପରୀକ୍ଷା ଚାଲିଛି। ଏବେ ୩ଟି ଟିକା ସ୍ବୀକୃତି ପାଇବା ରାସ୍ତାରେ ଚାଲିଛି ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.