Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଚୌଦ୍ବାର କଟକ ବିଧାନସଭା ଆସନରୁ ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ଟିକେଟ ଦେବ ନା’ ଦେବନି?

5/03/2019 at 6:53 PM

କଟକ୫|୩ (ଦେବୀ ପ୍ରସାଦ ମହାନ୍ତି):ନିର୍ବାଚନ ଯେତିକି ପାଖଉଛି, ଦଳୀୟ ଟିକେଟ୍‌ ନେଇ ବିଜେଡି ନେତାଙ୍କ ହାର୍ଟବିଟ୍‌ ସେତିକି ବଢ଼ିବାରେ ଲାଗିଛି । କିଏ ପାଇବ ଆଉ କାହାର ପତା ସାଫ୍‌ ହେବ ସେନେଇ ଏବେ ସଂଦେହରେ ଅନେକ ନେତା । ଯେଉଁମାନଙ୍କ ପଛରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ସଂପୃ୍କ୍ତି ଅଭିଯୋଗର ଟ୍ୟାଗ୍‌ ଲାଗିଛି ସେମାନଙ୍କ ପାଇଁ ରାସ୍ତା ସହଜ ହୋଇନପାରେ । ଏମିତିରେ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ଖୋଦ୍‌ ବିଧାୟକ କିନ୍ତୁ ଶକ୍ତି ପ୍ରଦର୍ଶନ କରି ନିଜର ଦାବେଦାରି ପେଶ୍‌ କରିବାକୁ ଚେଷ୍ଟା କରିଛନ୍ତି । କେମିତି ଚାଲନ୍ତୁ ଦେଖିବା

କିଛି ଦିନ ତଳେ ଭାଇରାଲ୍‌ ହୋଇଥିବା ଅଡ଼ିଓ ଟେପ୍‌କୁ ନେଇ ଖୁବ୍‌ ହଲ୍ଲାପଟା ହୋଇଥିଲା । ଯିଏ ଯାହା କହିଲେ ବି ଟେପ୍‌ରେ ଯେଉଁମାନଙ୍କ ନାଁ ଶୁଣିବାକୁ ମିଳିଛି ସେମାନେ ଉପରେ ଉପରେ ଦମ୍ଭ ଦେଖାଉଥିଲେ ହେଁ ଭିତରେ ଯେ ଆଶା ଆଶଙ୍କାରରେ ରହିଛନ୍ତି ସେକଥା କାହାକୁ ଅଛପା ନାହିଁ । ଏମିତିରେ ପୁଣି ଚିଟ୍‌ଫଣ୍ଡ କେଳେଙ୍କାରୀରେ ସଂପୃ୍କ୍ତି ଅଭିଯୋଗର ଟ୍ୟାଗ୍‌ ଲାଗିଥିବା ନେତାଙ୍କ ଟେନ୍‌ସନ୍‌ ବଢ଼ିବା ସ୍ବାଭାବିକ କଥା । ତଥାପି ସବୁ ଆଶଙ୍କାକୁ ଛାତି ଭିତରେ ଚାପି ରଖି ଉପରେ  ଉପରେ ଦମ୍ଭ ଦେଖାଇବା ଛଡ଼ା ଆଉ କିଛି ବାଟ ବି ନାହିଁ । ଏତିକି ବେ​‌ଳେ ସାମ୍ନାକୁ ଆସୁଛି ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳଙ୍କ କଥା । ଯିଏ  ବିଜୁ ଜୟନ୍ତୀ ଅବସରରେ ନିଜ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ କଟକ ବିଜେଡିର ସମସ୍ତ ଆଗଧାଡ଼ିର ନେତାଙ୍କୁ ଏକାଠି କରି, ସଂଗଠନ ଯେ, ତାଙ୍କ ହାତମୁଠାରେ ଅଛି , ସେଇ ସଂଦେଶ ଦେବାକୁ ଚେଷ୍ଟା କରିଛନ୍ତି ।

୨୦୦୪ରେ ପ୍ରଭାତ ବିଶ୍ବାଳ କଟକ ସଦର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।  ୨୦୦୯ ରୁ ଚୌଦ୍ବାର କଟକ ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ବ କରିଆସୁଛନ୍ତି । ହେଲେ ରାଜନୀତିରେ ସବୁଦିନ ସମାନ ନଥାଏ । ବିରୋଧୀଙ୍କୁ ଅତି ସହଜରେ ମାତ୍‌ ଦେଇପାରୁଥିବା ପ୍ରଭାତ ବିଶ୍ବାଳ ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ଫସିବା ପରେ ତାଙ୍କର ସେ ପୂର୍ବ ସ୍ଥିତି ଆଉ ନାହିଁ । ଦୀର୍ଘ ବର୍ଷ ଧରି ଯେଉଁମାନେ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ସେମାନେ ଏବେ ପ୍ରଭାତଙ୍କୁ ଟିକେଟ୍‌ କଥା ପଡ଼ିଲେ ଏମିତି ପ୍ରତିକ୍ରିୟା ରଖୁଛନ୍ତି, ଯାହାର ପ୍ରକୃତ ଅର୍ଥ ବୁଝିବା ମୁସ୍କିଲ୍‌ ।

କଟକ ମହାନଗର ନିଗମ ପାଇଁ ମେୟର ଚୟନ ପ୍ରକ୍ରିୟା ବେଳେ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭିତରେ ଦୂରତା ସୃଷ୍ଟି ହୋଇଥିଲା । ସେହିପରି ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହିତ ପ୍ରଭାତ ବିଶ୍ବାଳଙ୍କ ଉତ୍ତମ ସମ୍ପର୍କ ନଥିବା କଥା କାହାକୁ ପ୍ରାୟ ଅଛପା ନାହିଁ । ତେଣୁ ଆଗକୁ ପ୍ରଭାତଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, ତାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।

   Related Posts