କ’ଣ ଏବେ ବି ପିଏମ୍‌ ମୋଦି ଆୟୋଜନ କରିବେ ‘ନମସ୍ତେ ଟ୍ରମ୍ପ’? ପଚାରିଲେ- ପି.ଚିଦାମ୍ବରମ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧/୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଆଜି ଏକ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ଚିଦାମ୍ବରମ ଟ୍ବିଟ୍‌ରେ ପଚାରିଛନ୍ତି କ’ଣ ପିଏମ ମୋଦି ବନ୍ଧୁଙ୍କ ସମ୍ମାନରେ ‘ନମସ୍ତେ ଟ୍ରମ୍ପ’ ରାଲି ଆଉ ଥରେ ଆୟୋଜନ କରିବେ। ଆମେରିକା ଭାରତ କରୋନା ଭାଇରସ ମୃତକଙ୍କ ତଥ୍ୟ ଲୁଚାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବୟାନରେ ଚିଦାମ୍ବରମ ଏହି ଟ୍ବିଟ୍ କରିଛନ୍ତି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ଭାରତ, ଚୀନ ଓ ଋଷ ଉପରେ କରୋନା ଭାଇରସ ମୃତକଙ୍କ ତଥ୍ୟ ଲୁଚାଇ ଥିବା ଆରୋପ ଲଗାଇ ଥିଲେ।

କଂଗ୍ରେସ ନେତା ପି.ଚିଦାମ୍ବରମ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଏବେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘‘ଡୋନାଲ୍ଡ ଟ୍ରମ୍ପ ଚୀନ, ଋଷ ଓ ଭାରତକୁ କ୍ଲବ କଲେ ଓ ତିନି ଦେଶ ଉପରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଲୁଚାଇବାର ଆରୋପ ଲଗାଇଲେ। ସେ ତିନି ଦେଶରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ ଆରୋପ ମଧ୍ୟ ଲଗାଇଲେ। କ’ଣ ଏବେ ପିଏମ ମୋଦି ନିଜ ପ୍ରିୟ ମିତ୍ରଙ୍କ ସମ୍ମାନରେ ‘ନମସ୍ତେ ଟ୍ରମ୍ପ’ର ଆଉ ରାଲି କରିବେ?’’

wp:core-embed/twitter {"url":"https://twitter.com/PChidambaram_IN/status/1311523566387523590","type":"rich","providerNameSlug":"twitter","className":""}
https://twitter.com/PChidambaram_IN/status/1311523566387523590
/wp:core-embed/twitter

ସୂଚନାଯୋଗ୍ୟ ବର୍ଷ ପ୍ରାରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗ୍ରସ୍ତ କରିଥିଲେ। ଏହି ଅବସରରେ ପିଏମ ମୋଦି ଟ୍ରମ୍ପଙ୍କ ସ୍ବାଗତ ପାଇଁ ଫେୃଆରୀ ୨୪ରେ ଅହମଦାବାଦରେ ‘ନମସ୍ତେ ଟ୍ରମ୍ପ’ ନାଁରେ ରାଲି ଆୟୋଜନ କରିଥିଲେ। ଏହି ସମୟରେ ହୋଇଥିବା ଖର୍ଚକୁ ନେଇ ମଧ୍ୟ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ। ସେହି ସମୟରେ ଦେଶ ସିଏଏକୁ ବିରୋଧ ଓ ଦିଲ୍ଲୀ ହିଂସା ଘଟଣାର ସାମ୍ନାକୁ କରୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.