ଆହୁରି କମିବ ପେଟ୍ରୋଲ-ଡିଜେଲ୍ ଦାମ ? ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 04, 2021 IST

କୋଲକାତା ୦୪।୦୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କୋଲକାତାରେ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, ନିକଟ ଦିନରେ ପେଟ୍ରୋଲିୟମ କମ୍ପାନୀ ପେଟ୍ରୋଲ-ଡିଜେଲ୍ ଓ ଗ୍ୟାସ୍ ସିଲିଣ୍ଡର ଦାମ ହ୍ରାସ କରିଛନ୍ତି ଏବଂ ଆଗାମୀ ଦିନରେ ଇନ୍ଧର ମୂଲ୍ୟ ଆହୁରି କମ୍ ହୋଇପାରେ।

ଧର୍ମେନ୍ଦ୍ର କହିଛନ୍ତି,ମୁଁ ପୂର୍ବରୁ କହିଥିଲି ଯେ, ଯେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଘଟିବ ତେବେ ଏହାର ପୂରା ଫାଇଦା ଗ୍ରାହକଙ୍କୁ ଦିଆଯିବ। ଏଲପିଜି ଗ୍ୟାସ୍‌ର ଦାମ କମିବାରେ ଲାଗିଛି। ଆଗାମୀ ସମୟରେ ଏହି ଦାମ ଆହୁରି ଘଟିପାରେ ବୋଲି ସେ କହିଛନ୍ତି।

ନିର୍ବାଚନ ଆୟୋଗ ଦ୍ଵାରା ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ପରେ ଫେବୃଆରୀ ୨୭ରେ ପେଟ୍ରୋଲ ଓ ଡିଜେଲ୍ ଦାମ ସ୍ଥିର ରହିଥିଲା, ଯାହା ପୂର୍ବରୁ ବଢି ଚାଲିଥିଲା। ୨୫ ଦିନ ପର୍ଯ୍ୟନ୍ତ ଇନ୍ଧନ ଦର ସ୍ଥିର ରହିବା ପରେ ନିକଟରେ  ଲିଟର ପିଛା ତୈଳ ଧର ୬୧ ପଇସା, ୬୦ ପଇସା ସାମାନ୍ୟ ହ୍ରାସ ଘଟିଛି।  ଏହା ବ୍ୟତୀତ ଏଲପିଜି ସିଲିଣ୍ଡର ଦାମ ମଧ୍ୟ ଗୁରୁବାର ୧୦ ଟଙ୍କା ହ୍ରାସ ଘଟିଛି, ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ତି ଦେଇଛି।

ରାଜନୈତିକ ଭାବେ ସମ୍ବେଦନଶୀଳ ଇନ୍ଧନର ଦାମ ଆଗାମୀ ଦିନରେ ମଧ୍ୟ ଆହୁରି କମିପାରେ। ଏହି ସପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ପାଇବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.