Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଦୁର୍ନୀତିଗ୍ରସ୍ତ ଓଏଏସ ଅଧିକାରୀ ଓ ତଳିଆ କର୍ମଚାରୀଙ୍କୁ ସରକାର ଦେଉଛନ୍ତି ବାଧ୍ୟତାମୂଳକ ଅବସର, ହେଲେ ଆଇଏଏସଙ୍କ କ୍ଷେତ୍ରରେ ହେବକି ଏମିତି କାର୍ଯ୍ୟାନୁଷ୍ଠାନ ବୋଲି ଉଠିଲା ପ୍ରଶ୍ନ…

5/10/2019 at 6:53 PM

ଭୁବନେଶ୍ବର୫|୧୦: ଓଏଏସ ଓ ଅନ୍ୟ ତଳସ୍ତର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ତ ଖଣ୍ଡା ବୁଲିଲା । ହେଲେ ଦୁର୍ନୀତିଗ୍ରସ୍ତ ଆଇଏଏସ ଓ ଆଇପିଏସ୍ ଅଧିକାରୀଙ୍କୁ କଣ ସମାନ ନିୟମରେ ବିଦା କରିପାରିବେ କି ସରକାର । କାଲି ୫ ଅଧିକାରୀଙ୍କୁ ବିଦା କରିବାପରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି ଏମିତି କରି ଶୁଖିଲାରେ ସରକାର ବାହାସ୍ଫୋଟ ମାରୁଛନ୍ତି ।

ଦୁର୍ନୀତିଗ୍ରସ୍ତ ଆଇଏଏସ – ଆଇପିଏସ୍ ଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ଦୁର୍ନୀତିଗ୍ରସ୍ତ ହେଲେ ଗୁଡ୍ ବୁକ୍ ରେ ଥିବା ବଡବାଙ୍କୁ ଉପରେ କଣ ବୁଲି ପାରିବ ଜୋର ଜବରଦସ୍ତ ଅବସର ଖଣ୍ଡା ? ନିକମା ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣେଇ ସରକାର ୫ଜଣ ଅଧିକାରୀଙ୍କୁ ଜବରଦସ୍ତ ଚାକିରିରୁ ବିଦାକରିବା ପରେ ଏଭଳି ପ୍ରଶ୍ନ ଆସିଛି ସାମ୍ନାକୁ ।

 କାରଣ ଉଚ୍ଚ ପଦରେ ଥିବା ବହୁ ବଡବାବୁଙ୍କ ନାଁରେ ବି ଦୁର୍ନୀତି ମାମଲା ଖୁନ୍ଦି ହୋଇ ରହିଛି । ବିଗତ ଦିନରେ ଯେଉଁ ଆଇଏଏସ ଓ ଆଇପିଏସ୍ ଅଧିକାରୀଙ୍କ ନାଁରେ ବଡବଡ ଦୁର୍ନୀତି ଅଭିଯୋଗ ଆସିଛି ଏବଂ ଭିଜିଲାନ୍ସ ଖୋଳତାଡ କରିଛି ସେମାନଙ୍କୁ କଣ ହାତ ମାରିପାରିବେ ସରକାର ? ଦୁର୍ନୀତିକରି ବି ଯେଉଁ ଅଫିସର ଏବେ ସରକାରଙ୍କ ଗୁଡ୍ ବୁକ୍ ରେ ଅଛନ୍ତି ସେମାନଙ୍କୁ ସରକାର ବିଦା କରିବାର ସାହାସ ଜୁଟାଇପାରିବେ କି ?  ଖୋଦ୍ ସରକାରୀ ଚାକିରିରେ ବଡବଡ ପଦରେ ଥାଇ ଅବସର ନେଇଥିବା ପ୍ରଶାସକ ବି ସରକାରୀ କାର୍ଯ୍ୟାନୁଷ୍ଠାକୁ ନେଇ ସନ୍ଦେହ କରିଛନ୍ତି ।

ନବୀନ ସରକାର ଅମଳରେ ଖଣିଠାରୁ ଆରମ୍ଭ କରି ପାଣି, ବିଜୁଳି, ଦୁଗ୍ଧ, ଜମି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ଆଦି ବଡବଡ ସ୍କାମରେ ଫସିଛନ୍ତି ବହୁ ବଡବଡ ମୁଣ୍ଡ । ଏହି ତାଲିକାରେ ଆଇଏଏସ ଠାରୁ ଆଇପିଏସ୍ ଅଧିକାରୀ ଏବଂ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନାଁ ରହିଛି । ହେଲେ ଏମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇପାରି ନାହାଁନ୍ତି ।

ବିରୋଧୀଙ୍କ ଅଭିଯୋଗ, ନିଜେ ସରକାର ଯେଉଁଠି ଦୁର୍ନୀତିର ପାହାଡ ଉପରେ ଠିଆ ହୋଇଛନ୍ତି ସେଠି କିଛି ତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଲୋକଦେଖାଣିଆ । ବିଜେଡିର ଯୁକ୍ତି, ସରକାର ୫ମ ଥର କ୍ଷମତାକୁ ଆସିବା ପରେ ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବ୍ୟବସ୍ଥାରେ ସ୍ବଛତା ଆଣିବାକୁ । ଯେଉଁମାନଙ୍କ ପାଇଁ ସାଧାରଣ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ସେଭଳି ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଇ ନବୀନ ଉଦାହରଣ ସୃଷ୍ଟି କରିଛନ୍ତି ।

ନବୀନ ଏଥର ପୁଣି କ୍ଷମତାକୁ ଫେରିବା ପରେ 5-T କାର୍ଯ୍ୟକ୍ରମକୁ ସବୁ ସ୍ତରରେ ବହୁଳ ବ୍ୟବହାର ପାଇଁ ପ୍ରୟାସ କରୁଛନ୍ତି । ସେଥିରେ ଟ୍ରାନସପାରେନ୍ସି ବା ସରକାରୀ ବ୍ୟବସ୍ଥାରେ ସ୍ବଛତା ପାଇଁ ଗୁରୁତ୍ବ ଦିଆଯାଉଛି । ଏହାର ଫଳ ସ୍ବରୂପ ଦୁର୍ନୀତିଗ୍ରସ୍ତ ଓ ନିକମା କର୍ମଚାରୀଙ୍କୁ ଦିଆଯାଉଛି ଚାକିରୁରୁ ବଳପୂର୍ବକ ରିଟାୟରମେଣ୍ଟ । ତେବେ ସବୁ ଦୁର୍ନୀତିଗ୍ରସ୍ତଙ୍କ ନିକଟରେ ସରକାର ପହଞ୍ଚି ପାରିବେ କି ନାହିଁ ସେନେଇ ରହିଛି ସନ୍ଦେହ ।

   Related Posts