ରାଜକୋଷ ଖାଲି: ଅର୍ଥ ମନ୍ତ୍ରୀ କହିଲେ- ଆର୍ଥିକ ସହାୟତା ନମିଳିଲେ କର୍ମଚାରୀଙ୍କୁ ଦେଇ ପାରିବୁ ନାହିଁ ବେତନ
20/04/2020 at 8:59 PM

ଗୌହାଟୀ ୨୦।୦୪: ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ସୋମବାର କହିଛନ୍ତି ଯଦି ବାହାରୁ କୌଣସି ଆର୍ଥିକ ସହାୟତା ନମିଳେ ତେବେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କୁ ବେତନ ଦେଇ ପାରିବେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ସରକାର ମେ ପ୍ରଥମ ସପ୍ତାହ ପରେ ଏପ୍ରିଲ ମାସର ବେତନ ଦେଇ ଦେବେ ହେଲେ ଏହା ପରେ ସରକାର ଆଉ ବେତନ ଦେଇ ପାରିବେ ନାହିଁ।
ସେ କହିଛନ୍ତି ଯେ, ଆମ ପାଇଁ ମେ ମାସ ବହୁତ ମୁସ୍କିଲ ଭରା ରହିଛି। ମୋତେ ଜଣା ନାହିଁ ରାଜକୋଷ କେମିତି ଚାଲିବ। ତଥାପି ମେ ମେ ୭ ପରେ ଏପ୍ରିଲ ମାସର ବେତନ ଦେବାକୁ ସକ୍ଷମ ହେବୁ। କିନ୍ତୁ ଜୁନରେ ଯଦି କୌଣସି ସାହାଯ୍ୟ ନମିଳେ ତେବେ ଆମେ କର୍ମଚାରୀଙ୍କୁ ପରବର୍ତ୍ତୀ ମାସର ବେତନ ଦେଇ ପାରିବୁ ନାହିଁ। ବକୈୟା ଅର୍ଥ ମଧ୍ୟ ପୈଠ କରିବା ଆମ ପକ୍ଷେ ମୁସ୍କିଲ ହେବ।
ସେ ବଜେଟ୍ ପ୍ରସ୍ତାବ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ସରକାର ଚଳିତ ବର୍ଷ ଅଗଷ୍ଟରୁ ଆଗାମୀ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଏହାକୁ ଲାଗୁ କରିବାକୁ ଉଦ୍ୟମ କରିବୁ। ଅଧିକ ରାଜସ୍ଵ ଅର୍ଜନ କରିବା ପାଇଁ ଟିକସ୍ ବୃଦ୍ଧି ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଏମିତି କୌଣସି ନିୟମ ଜିଏସଟି ପରିଷଦ ଦ୍ଵାରା ନିଯାଏ। ଏକ ରାଜ୍ୟ ଭାବେ ଆମେ କେବଳ ପେଟ୍ରୋଲ, ଡିଜେଲ୍ ଓ ମଦ ଉପରେ ଟିକସ୍ ଲଗାଇ ପାରିବୁ। ଆମେ ଉପୋଭକ୍ତାଙ୍କୁ ପ୍ରଭାବିତ ନକରି ଇନ୍ଧନ ଉପରେ ଅଧିକ ଟିକସ୍ ଲଗାଇବା ଉପରେ ବିଚାର କରି ପାରିବୁ। ମାତ୍ର ଏହା ତେବେ ଯାଇ ହୋଇ ପାରିବ ଯେବେ, ଇନ୍ଧନର ମୂଲ୍ୟ ହ୍ରାସ ଘଟିବ।