Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷ୍ଟାଣ୍ଡ ବଦଳାଇଲେ କି ନବୀନ? ସମ ଦୂରତା ଛାଡି ଏବେ ଓଡିଶାପାଇଁ ଯିଏ ବେଟର କରିବ ତା ସହ ରହିବୁ କହିଲେଣି…

ଭୁବନେଶ୍ବର୧୫|୪: କୁଆଡେ ଯିବେ ନବୀନ । ଉପାର ହେବେ ନା ଏନଡିଏର। ପ୍ରତିଦିନ ଦିନ ବିଭିନ୍ନ ଚ୍ୟାନେଲକୁ ନୂଆ ନୂଆ କଥା କହି  ଏଭଳି ଗୁମରାହ କରୁଛନ୍ତି ଯେ ସେ କଂଗ୍ରେସ ସହ ରହିବେ ନା ବିଜେପି ସହ ତାହା ଠଉରେଇ ହେଉନି। ଏବେ କହିଛନ୍ତି ବିଜେପି ଲେଡ ଏନଡିଏ ହେଉ କି କଂଗ୍ରେସ ଲେଡ ୟୁପିଏ,  ଯିଏ ଓଡିଶା ପାଇଁ ବେଟର ଡିଲ କରିବ ତାହା ସହିତ ରହିବ ବିଜେଡି । ତାକୁ ନେଇ ରାଜ୍ୟରାଜନୀତିରେ ଚାହା କପରେ ଝଡ…

ବଦଳୁଛି ନବୀନଙ୍କ ମିଜାଜ।   ନିର୍ବାଚନ ଋତୁରେ ନବୀନ ବି​‌ଜେପି ଓ କଂଗ୍ରେସ କାହା ସହ ଯିବେ ତାକୁ ନେଇ ବିଜେଡି ସୁପ୍ରିମୋ ପ୍ରତିଦିନ ନୂଆ ନୂଆ କଥା ସମ୍ନାକୁ ଆଣୁଛନ୍ତି।  ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ। ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ ପାଇବେନି ତେଣୁ ଆଞ୍ଚଳିକ ଦଳ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। କହିଥିଲେ ଏନଡିଏ ବିଜେଡି ପାଇଁ ବଡ ବିପଦ। ହେଲେ ତାର କେଇ ଦିନ ପରେ ଆଉ ଏକ ଜାତୀୟ ଗଣ ମାଧ୍ୟମକୁ କହିଲେ ମୋଦି ଦ୍ବିତୀୟ ଥର ପ୍ରଧାନ ମନ୍ତ୍ରୀ ହେବାକୁ ଅନଫିଟ। ବାଜପେୟୀ ବେଷ୍ଟ ପ୍ରାଇମିନିଷ୍ଟର ଥିଲେ। ଏବେ ପୁଣି ଏକ ଜାତୀୟ ଗଣ ମାଧ୍ୟମକୁ ସ୍ପଷ୍ଟ ଭାବେ ନୀବନ କହିଛନ୍ତି  ଯିଏ ଆମ ରାଜ୍ୟର ଦାବି ପୂରଣ କରିବ  ଆମେ ତାହା ସହ ଡିଲ କରିବୁ ।ସେ ଏନଡିଏ ହେଉ କି ୟୁପିଏ।

ଅବଶ୍ୟ ନବୀନ ସବୁବେଳେ କହିଆସୁଥିଲେ ଯେ ଆମେ କେନ୍ଦ୍ରରେ ତାକୁ ସମର୍ଥନ ଦେବୁ ଯିଏ ଓଡିଶା କଥା ଶୁଣିବ। କିନ୍ତୁ ମୋଦି ଦ୍ବିତୀୟ ଥର ପାଇଁ ପ୍ରାଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି ଏବଂ ଏନଡିଏ ବିଜେଡିର ବଡ ଶତ୍ରୁ କଥା ଶୁଣିବା ପରେ ଲାଗୁଥିଲା ନବୀନ କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ କରି ନପାରନ୍ତି। ଏବେ ଯିଏ ବେଟର ଡିଲ କରିବ ତାଙ୍କୁ  ସମର୍ଥନ ମିଳିବ ବୋଲି ନବୀନ କହିବା ପରେ ବିରୋଧୀ ପାଲଟା ପ୍ରଶ୍ନ କରିଛନ୍ତି। ବିଜେପି କହିଛି ନବୀନ ବୁଝିଲେଣି ରାଜନୈତିକ ପାଣିପାଗ କୁଆଡେ ଯାଉଛି। ୧୯ ବର୍ଷ କ୍ଷମତାରେ ରହି ନବୀନ କଣ କରିଛନ୍ତି ଏବଂ ୫ବର୍ଷରେ ବିଜେପି କଣ କରିଛି ସେ ନେଇ ବିର୍ତକ ପାଇଁ ଆସନ୍ତୁ। କଂଗ୍ରେସ କହିଛି ଦେଶର ଶାସନ ଭାର ଲୋକେ କାହା ହାତରେ ଦେବେ ତାହା ନବୀନ କହି ପାରିବେ ନାହିଁ।

୨୦୧୯ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାହା ଏବେ ଆକଳନ କରିହେଉନି। ଯଦି ଝୁଲା ଲୋକସଭା​‌ ହୁଏ ତାହହେଲେ ନବୀନ ନିଶ୍ଚିତ ଭାବେ ବଡ ଡିଲ କରିବାକୁ ସୁଯୋଗ ପାଇବେ। ଆଉ ଯଦି କେଉଁ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଏ ତାହେଲେ ବିଜେଡି କେବଳ କେନ୍ଦ୍ର ଅବହେଳା ନାରା ନେଇ ବଞ୍ଚିବ।

353 Views

   ସମ୍ବନ୍ଧିତ ଖବର