Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବିଧାୟକ ପଦ ହରାଇବେ ମୁକୁଲ ରୟ ? କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କଠାରେ ଦାବି କଲେ ଶୁଭେନ୍ଦୁ ଅଧିକାରୀ

18/06/2021 at 3:54 PM

କୋଲକାତା ୧୮।୦୬: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବିଜେପି-ଟିଏମସି ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ବିଧାନସଭା ନିର୍ବାଚନ ପରେ ଦୁଇ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ନିକଟରେ ତୃଣମୂଳ କଂଗ୍ରେସକୁ ଫେରିଥିବା ମୁକୁଲ ରୟଙ୍କ ବିଧାୟକ ପଦ ଛଡାଇବା ପାଇଁ ଏବେ ଭାରତୀୟ ଜନତା ପାର୍ଟି ଉଦ୍ୟମ ଆରମ୍ଭ କରି ଦେଇଛି। ଏହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ। ନନ୍ଦିଗ୍ରାମରୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁକୁଲ ରାୟଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛନ୍ତି। କରିମନଗର ନିର୍ବାଚନ ମଣ୍ଡଳରୁ ବିଜୟୀ ହୋଇଥିବା ମୁକୁଲଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସେ ଦାବି କରିଛନ୍ତି। ଏଥିପାଇଁ ଶୁଭେନ୍ଦୁ ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁକୁଲ ରାୟଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ପ୍ରାରମ୍ଭିକ  ପ୍ରକ୍ରିୟା ପୂରା କରାଯାଇଛି। ମୁକୁଲ ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁକୁଲ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ କୃଷ୍ଣାନଗର ଉତ୍ତର ଆସନରୁ ନିର୍ବାଚନ ଜିତିଥିଲେ। ପରେ ଜୁନ ୧୧ରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ୨୦୧୭ରେ ସେ ମମତା ବାନାର୍ଜୀଙ୍କ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ।

ବିଜେପିର ଏହି ଦାବି ଉପରେ ଟିଏମସି ପାଲଟା ଆକ୍ରମଣ କରିଛି। ଦଳ ପ୍ରଶ୍ନ କରିଛି ଯେ, କଣ ଶୁଭେନ୍ଦୁ ନିଜ ବାପା ଶିଶିର ଅଧିକାରୀଙ୍କୁ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ କହିଛନ୍ତି କି, ଯିଏ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଥିଲେ। ତୃଣମୂଳର ରାଜ୍ୟ ସାଧାରଣ ସଂପାଦକ କୃଣାଲ ଘୋଷ କହିଛନ୍ତି, ଆଇନ ତା ବାଟରେ କାମ କରିବ। ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ କହିବାର କୌଣସି ଅଧିକାର ନାହିଁ । ଶୁଭେନ୍ଦୁଙ୍କୁ ଏମିତି ଦାବି କରିବା ପୂର୍ବରୁ ଉଚିତ୍ ଶିକ୍ଷା ଦେବା ଉଚିତ୍ ବୋଲି ଘୋଷ କହିଛନ୍ତି।

ଅନ୍ୟପଟେ କଲିକତା ହାଇକୋର୍ଟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦିଗ୍ରାମ  ବିଧାନସଭା ଆସନରୁ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହେଲେ ତାଙ୍କ ଆବେଦନ ଉପରେ ଶୁଣାଣିକୁ ଜୁନ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ଉଚ୍ଚ ନ୍ୟାୟାଳୟ। ମମତାଙ୍କ ଓକିଲ ବିଚାପରତି କୌଶିକ ଚନ୍ଦାଙ୍କ ସାମ୍ନାରେ ଉପସ୍ଥିତ  ହୋଇ ନିଜ ପକ୍ଷ ରଖିଛନ୍ତି।

   Related Posts