Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଜମ୍ମୁ-କାଶ୍ମୀର: ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀରୁ ଏବେ ମୁକ୍ତ କରିବେ ମୋଦି ସରକାର !

26/01/2020 at 10:05 PM

ଶ୍ରୀନଗର ୨୬।୧:  ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ରବିବାର ଜମ୍ମୁ-କାଶ୍ମୀରରେ ପାଳିତ ହୋଇଛି ପ୍ରଥମ ସାଧାରଣତନ୍ତ୍ର ଦିବସ। ତେବେ ସାଧାରଣତନ୍ତ୍ର ଦିବସ ଲାଗି କେନ୍ଦ୍ର ସରକାର ପୂର୍ବରୁ ଉପତ୍ୟାକାରେ ୨-ଜି  ଇଣ୍ଟରନେଟ୍ ସେବା ଜାରି ଲାଗି ନିଷ୍ପତ୍ତି ନେଇଥିଲେ। ଯାହା ଏବେ କେନ୍ଦ୍ର ସରକାରଙ୍କ ଲାଗି ବୁମେରାଂ ପାଲଟିଛି। ଉପତ୍ୟାକାରେ ମୋବାଇଲ ଇଣ୍ଟରନେଟ୍ ସେବା ଆରମ୍ଭ ହେବାର କିଛି ଘଣ୍ଟା ପରେ ଏକ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଯାହାଙ୍କ ଫଟୋ ଭାଇରାଲ ହୋଇଛି ସେ ଆଉ କେହି ନୁହଁନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ଏହି ଫଟୋକୁ ନେଇ ଏବେ ବିରୋଧୀ ଓ ମିଡିଆ ଉଭୟ ମୋଦି ସରକାରଙ୍କୁ ଘେରିବାକୁ ଅଣ୍ଟାଭିଡି ସାରିଲେଣି। ଏଣୁ ଏଥିରେ କେନ୍ଦ୍ର ସରକାର ଏବେ ଓମାରଙ୍କୁ ନେଇ କ’ଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର।

ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ୩୭୦ ଧାରା ପ୍ରତ୍ୟାହାର ପୂର୍ବରୁ ସରକାର ସତର୍କତା ସ୍ୱରୂପ ରାଜନେତାଙ୍କୁ ନଜରବନ୍ଦୀ କରିଥିଲେ। ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ପିଡିପି ନେତ୍ରୀ ମହବୁବା ମୁଫ୍ତି ଆଦିଙ୍କୁ ଅଗଷ୍ଟ ୫ ପୂର୍ବରୁ ନଜରବନ୍ଦୀ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଏଥିରେ ଉପତ୍ୟାକାରେ ଇଣ୍ଟରନେଟ୍ ସେବା ପ୍ରଦାନ ପରେ ଓମାର ଅବଦୁଲ୍ଲାଙ୍କ ଫଟୋରୁ  ଏବେ ତାଙ୍କୁ ଚିହ୍ନି ହେଉନି।

କ୍ଲିନସେଭ ଲାଗି ଜଣାଶୁଣା ଓମାରଙ୍କୁ ତୁଷାରସ୍ନାତ ଉପତ୍ୟାକାରେ ବାବାଜୀ ଭଳି ଦେଖାଯାଇଛି। ଯାହାକୁ ନେଇ ଏବେ ବିରୋଧୀ ଓ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓମାରଙ୍କ ଫଟୋ ଏବେ ଟ୍ୱିଟ୍‌ରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ଫଟୋକୁ ସେୟାର କରିବା ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଫଟୋ ଉପରେ ନାନା କମେଣ୍ଟ ବି କରୁଛନ୍ତି। ଏଥିରୁ ଓମାରଙ୍କଦାଢି ଏବେ ମୋଦିଙ୍କ ଦେହରେ ଫୋଡି ହେଉଥିବା ଭଳି ପ୍ରତୀତ ହେଉଥିବାରୁ ହୁଏତ ମୋଦି ସରକାର ତାଙ୍କୁ ମୁକ୍ତ କରିଦେଇପାରନ୍ତି ବୋଲି ଆଶା କରାଯାଉଛି।

ତେବେ ଦେଶରେ ଏବେ ସିଏଏ ଓ ଏନଆରସିକୁ ନେଇ ଉପୁଜିଥିବା ଅସନ୍ତୋଷ ଥମିନଥିବାରୁ ମୋଦି ସରକାର କାଶ୍ମୀର ନଜରବନ୍ଦୀ ନେତାଙ୍କୁ ମୁକ୍ତ କରିବା ଲାଗି ରିସ୍କ ନେଇ ନ ପାରନ୍ତି। ଏଣୁ ଏଥିଲାଗି ହୁଏତ ସରକାର ସେମାନଙ୍କ ଲାଗି କିଛି ସର୍ତ୍ତବି ରଖିପାରନ୍ତି। ଯାହାକୁ ସେମାନେ ଗ୍ରହଣ ବି କରିନପାରନ୍ତି। ମୋଦି ସରକାର ଅଧିକରୁ ଅଧିକ ସେମାନଙ୍କୁ ଘାଟିରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି କୌଣସି ରାଜନୈତିକ ଗତିବିଧିରୁ ବିରତ ରହିବା ଲାଗି ସର୍ତ୍ତ ରଖିପାରନ୍ତି। ହେଲେ ଏଭଳି ସର୍ତ୍ତମାନିବା ସେମାନଙ୍କ ଲାଗି ରାଜନୈତିକ ଆତ୍ମହତ୍ୟା ଭଳି ହେବ। ତେବେ ଯାହାବି ହେଲେ ଏ ସବୁ ଏତେ ସହଜ କଥା ନୁହେଁ। ଏଣୁ ଯେଉଁ ପର୍ଯ୍ୟନ୍ତ ନଜରବନ୍ଦୀ ନେତା ହାର ନ ମାନିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ମୁକ୍ତିର କିଛି ରାସ୍ତା ବି ନାହିଁ ବୋଲି ଏବେ ଅନୁମାନ କଲେଣି ଲୋକେ।

   Related Posts