Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଏହି ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ବଢିବ ଲକ୍‌ଡାଉନ୍ ! ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରୀ

12/05/2021 at 8:30 PM

ମୁମ୍ବାଇ ୧୨।୦୫: ମହାରାଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ର ଅବଧି ମେ ୩୧କୁ ବୃଦ୍ଧି ହେବାକୁ ଯାଉଛି। ବୁଧବାର କ୍ୟାବିନେଟ୍‌ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ ମନ୍ତ୍ରୀ ପରିଷଦ ଲକ୍‌ଡାଉନ୍‌ ବଢାଇବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେବେ।  

କ୍ୟାବିନେଟ୍ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଓ ମନ୍ତ୍ରୀ ପରିଷଦ ଲକ୍‌ଡାଉନ୍‌ ଆଗାମୀ ୧୫ ଦିନ ଅର୍ଥାତ ମେ ୩୦ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଞ୍ଜୁର କରିବା ବାକି ରହିଛି। ଅନ୍ୟପଟେ ଆଶ୍ଵସ୍ତିକର ଖବର ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮  ହଜାର ୮୦୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ସୁସ୍ଥହାର ୮୮.୦୧ ପ୍ରତିଶତରେ ପହଞ୍ଚିଛି। ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ପୁଣି ଥରେ ସଭିଙ୍କ ଚିନ୍ତା ବଢାଇଛି। ସେହିପରି ୨୪ ଘଣ୍ଟାରେ ୮୧୬ ରୋଗୀଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୨୬, ୭୧୦କୁ ବୃଦ୍ଧି ଘଟିଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮ ହଜାର ଟପିଛି।

ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମୁତାବକ ଆଦେଶ ଜାରି କରାଯିବ। ସେ କହିଛନ୍ତି ଆଗାମୀ ୨-୩ ଦିନ ଭିତରେ ନିଷ୍ପତ୍ତି ନେଇ ପାରନ୍ତି। ସେ କହିଛନ୍ତି, ରାଜ୍ୟରେ କେବଳ ୩୫ ହଜାର ଡୋଜ୍ ବଞ୍ଚିଥିବା ବେଳେ ପାଞ୍ଚ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନର ଦ୍ଵିତୀୟ ଡୋଜ୍ ଦେବା ବାକି ରହିଛି।

   Related Posts