ପନ୍ତଙ୍କ କାରଣରୁ ଦଳ ଚୟନ ହେଲା ମୁସ୍କିଲ, ବାହାରେ ବସିବେ କିଏ, ରାହୁଲ ନା ଧାଓ୍ଵନ ? କାହାକୁ ମିଳିବ ମଧ୍ୟକ୍ରମରେ ସୁଯୋଗ

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮।୦୩: ଟେଷ୍ଟ ସିରିଜ୍‌ ପରେ ଏବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଏବେ ଭାରତକୁ ଟି-୨୦ର କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ। ଭାରତ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଚୂଡାନ୍ତ ଏକାଦଶ ଚୟନ କରିବା। ଟିମ୍ ଇଣ୍ଡିଆର ଟି-୨୦ ଦଳରେ ୧୯ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ପ୍ରତିଟି ଅର୍ଡର ପାଇଁ ଦଳରେ ୨-୨ ଖେଳାଳି ଅଛନ୍ତି।

ଏହି ସିରିଜ୍‌ ଜରିଆରେ ଭାରତୀୟ ଦଳ ଆଗାମୀ ଟି-୨୦ ଓ୍ଵାର୍ଲ୍ଡ କପ୍‌ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ। ଦଳର ରଣନୀତି କେମିତି ରହିବ ଏହା ଉପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି ଓ ବୋଲିଂ କୋଚ୍ ଭରତ ଅରୁଣଙ୍କୁ ନଜର ରହିବ।

{"id":419817,"sizeSlug":"large","linkDestination":"none"}

କଣ ଭାରତୀୟ ଦଳ ପ୍ରଥମେ ସିରିଜ୍ ଜିତିବା ପାଇଁ କିମ୍ବା ପ୍ରୟୋଗ କରିବା ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବ ତାହା ଦେଖିବା ବାକି ରହିଲା। ଆଶା କରାଯାଉଛି ଯେ ପ୍ରଥମ ତିନି ମ୍ୟାଚ୍ ପାଇଁ ଦଳ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶ ସହ ପଡିଆକୁ ଓହ୍ଲାଇପାରେ। କାରଣ ସମସ୍ତ ମ୍ୟାଚ୍‌ ଗୋଟିଏ ଷ୍ଟାଡିୟମରେ ସମାନ ପିଚ୍‌ରେ ଖେଳାଯିବ।

ଋଷଭଙ୍କ ପ୍ରତ୍ୟାବର୍ତ୍ତନରେ ଚୟନ ହେଲା ମୁସ୍କିଲ !

ଋଷଭ ପନ୍ତଙ୍କ ଦମଦାର ପ୍ରତ୍ୟାବର୍ତ୍ତନରେ ଟପ୍ ଅର୍ଡରରେ ଖେଳାଳିଙ୍କ ଚୟନ ରୋଚକ ମୋଡ ନେଇଛି। ପନ୍ତଙ୍କ ସାମିଲ ହେବାର ଅର୍ଥ ଲୋକେଶ ରାହୁଲଙ୍କୁ ଖେଳାଯିବ ନାହିଁ ଯିଏ କିଛି ମାସ ପୂର୍ବେ ସୀମିତ ଓଭର କ୍ରିକେଟ୍‌ରେ ଓ୍ଵିକେଟ୍ କିପର ଓପନିଂ ବ୍ୟାଟସମ୍ୟାନ ଭାବେ ପ୍ରଥମ ପସନ୍ଦ ଥିଲେ। ଶିଖର ଧାଓ୍ଵନ ଓ ରୋହିତ ଶର୍ମା ଧଳା ବଲ୍‌ କ୍ରିକେଟ୍‌ରେ ସଫଳତମ ଯୋଡି। ହେଲେ ରାହୁଲ ଧଳା ବଲ୍‌ କ୍ରିକେଟ୍‌ରେ ବିଶେଷଜ୍ଞ ବ୍ୟାଟସମ୍ୟାନ ଭାବେ ସାମ୍ନାକୁ ଆସିବାରୁ ଦଳରେ ପ୍ରତିଦ୍ଵନ୍ଦ୍ଵିତା ଆହୁରି ବଢି ଯାଇଛି।

{"id":419812,"sizeSlug":"large","linkDestination":"none"}

ଧାଓ୍ଵନ ନିକଟରେ ଦିଲ୍ଲୀ ପାଇଁ ବିଜୟ ହଜାରେ ଟ୍ରଫିରେ ୧୫୦ ରନ କରିଥିଲେ। ଅନ୍ୟପଟେ କେଏଲ ରାହୁଲଙ୍କ ଟି-୨୦ ରେକର୍ଡ ଚମତ୍କାର ରହିଛି। ଏମିତି ସ୍ଥିତିରେ ରୋହିତ ଓ ଧାଓ୍ଵନ ଓପନିଂ କରି ପାରନ୍ତି। କାରଣ ଧାଓ୍ଵନ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ସେତେଟା ଉପଯୋଗୀ ନୁହନ୍ତି।

ଅଧିନାୟକ ବିରାଟ କୋହଲି ତୃତୀୟ ନମ୍ବରରେ ଏବଂ ପନ୍ତ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଖେଳି ପାରନ୍ତି। ଏମିତି ହେଲେ କେଏଲ ରାହୁଲଙ୍କ ପାଇଁ ଦଳରେ ସ୍ଥାନ ହିଁ ନାହିଁ। କାରଣ ଚତୁର୍ଥ ଅର୍ଡରରେ ଶ୍ରେୟସ ଆୟର ରହିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଏହା ମଧ୍ୟ ହୋଇପାରେ କେଏଲ ରାହୁଲଙ୍କୁ ଓପନିଂରେ ସୁଯୋଗ ମିଳିପାରେ ଏବଂ ଧାଓ୍ଵନଙ୍କୁ ବାହାରେ ବସିବାକୁ ପଡିପାରେ।

{"id":419813,"sizeSlug":"large","linkDestination":"none"}

ଦ୍ରୁତ ବୋଲିଂ ବିଭାଗରେ ଭୁବନେଶ୍ଵର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଅନ୍ୟପଟେ ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଛି। ଭୁବନେଶ୍ଵର ନିଜର ଅନୁଭବ ଓ ଡେଥ୍ ଓଭରରେ ଭଲ ବୋଲିଂ କରୁଥିବା କାରଣରୁ ଚହରଙ୍କଠୁ ସେ ଆଗରେ ରହି ପାରନ୍ତି। ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ତିନି ସ୍ପିନର ରହିଛନ୍ତି। ଏମାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ଆଶା କରାଯାଉଛି। ଏହା ବାଦ୍‌ ଟି ନଟରାଜନଙ୍କ ପାଖରେ ନିଜର ୟର୍କରରେ ବିବିଧତା କାରଣରୁ ନବଦୀପ ସାଇନିଙ୍କଠୁ ଗୋଟେ ପାଦ ଆଗରେ ରହିଛନ୍ତି।

ଅନ୍ୟପଟେ ତିନି ନିଶ୍ଚିତ ଖେଳାଳି ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ରହିଛନ୍ତି। ଏହି ଖେଳାଳି ଆହତଜନିତ ସମସ୍ୟାରୁ ମୁକୁଳୁଛନ୍ତି କିମ୍ବା ବିଶ୍ରାମ ନେଉଛନ୍ତି। ଯେବେ ଏହି ଖେଳାଳି ଦଳକୁ ଫେରିବେ ଦଳ ପ୍ରବନ୍ଧକଙ୍କ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ବହୁତ ମୁସ୍କିଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.