'ଭାଗ୍ୟ ଭଲ ବଞ୍ଚିଗଲ, ସମସ୍ତଙ୍କୁ ମାରି ଦେବୁ': ମିଜୋରାମ ସାଂସଦଙ୍କ ହତ୍ୟା ଧମକ ପରେ ଆସାମ ପୋଲିସର ଆକ୍ସନ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ ୨୯।୦୭: ଆନ୍ତଃରାଜ୍ୟ ସୀମା ବିବାଦକୁ ନେଇ ବିବାଦୀୟ ବୟାନ ଦେବା ମିଜୋରାମ ସାଂସଦଙ୍କୁ ମହଙ୍ଗା ପଡିଛି।  ସାଂସଦ କେ ଭନଲାଲଭେନାଙ୍କ ବିରୋଧରେ ଆସାମା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି କ୍ରମରେ ଆସାମ ପୋଲିସର ଏକ ଦଳ, ସିଆଇଡି ଓ କିଛି ଅଧିକାରୀଙ୍କ ଦଳ ରାଜ୍ୟସଭା ସାଂସଦଙ୍କୁ ଜେରା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଆସାମର ଡିଜିପି ଭାସ୍କର ଜ୍ୟୋତି ମହନ୍ଥ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।

ଡିଜିପି ଭାସ୍କର ଜ୍ୟୋତି ମହନ୍ଥ କହିଛନ୍ତି, ଆସାମ ପୋଲିସ ପ୍ରଥମରୁ ହିଁ  ଆସାମ ପୋଲିସ କର୍ମଚାରୀ ଉପରେ ଗୁଳିମାଡ କରିଥିବା ଉପଦ୍ରବୀଙ୍କ ଦସ୍ତାବିଜ ପ୍ରସ୍ତୁତ କରିଛି। ଏହାକୁ ଆଇନଗତ ପ୍ରକ୍ରିୟାରେ ସାମିଲ କରାଯିବ। ଆସାମ ପୋଲିସ ଜୁଲାଇ ୨୬ରେ ଆସାମ ପୋଲିସ କର୍ମଚାରୀଙ୍କ ବର୍ବର ହତ୍ୟାରେ ସାମିଲ୍ ପ୍ରତି ବ୍ୟକ୍ତିଙ୍କ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

{"id":487695,"sizeSlug":"large","linkDestination":"none"}

କଣ କହିଥିଲେ ସାଂସଦ ଭନଲାଲଭେନା

ସଂସଦ ଭବନ ବାହାରେ ସାମ୍ବାଦିକଙ୍କ ସହ ଆଲୋଚନା  ବେଳେ ଭନଲାଲଭେନା କହିଥିଲେ ଯେ, ୨୦୦ରୁ ଅଧିକ ପୋଲିସ କର୍ମଚାରୀ ଆମ ଅଞ୍ଚଳକୁ ପଶିଥିଲେ ଏବଂ ଆମର ପୋଲିସ କର୍ମଚାରୀଙ୍କୁ ଆମ ଫାଣ୍ଡିରୁ ହଟାଇ ଦେଲେ। ଆମ ଉପରେ ଗୁଳିମାଡ କରିବାକୁ ଆଦେଶ ଦେଲେ। ସେମାନେ ଭାଗ୍ୟଶାଳୀ ଯେ, ଆମେ ସେମାନଙ୍କୁ ମାରିଲୁ ନାହିଁ। ଯଦି ପୁନର୍ବାର ଆସିବେ ତେବେ ଆମେ ସମସ୍ତଙ୍କୁ ମାରି ଦେବୁ। ସାଂସଦଙ୍କ ଏହି ବୟାନ ଉପରେ ଆସାମ ପୋଲିସ କହିଛନ୍ତି ଯେ, ଏମିତି ଟିପ୍ପଣୀ ଷଡଯନ୍ତ୍ରରେ ତାଙ୍କ ସକ୍ରିୟ ଭୂମିକା ଥିବା ସଙ୍କେତ ଦେଉଛି। ତେଣୁ ତାଙ୍କୁ ଜେରା ପାଇଁ ସିଆଇଡି ସମେତ କିଛି ଅଧିକାରୀଙ୍କ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।

ସଂଘର୍ଷରେ ୬ ପୋଲିସ ଯବାନଙ୍କ ମୃତ୍ୟୁ ଘଟିଥିଲା

ଆସାମ-ମିଜୋରାମ ସୀମାରେ ରକ୍ତାକ୍ତ ସଂଷର୍ଷରେ ଉପଦ୍ରବୀଙ୍କ ଗୁଳିମାଡରେ ଆସାମ ପୋଲିସର ୬ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। କଚାର ଜିଲ୍ଲା ସ୍ଥିତ ଲାଇନ ସଂରକ୍ଷିତ  ଜଙ୍ଗଲ ଅଞ୍ଚଳରେ ଘଟିଥିବା ହିଂସାରେ ୪୫ ଜଣ ଆହତ ହୋଇଥିଲେ। ଏହା ପରେ ଦୁଇ ରାଜ୍ୟ ପରସ୍ପର ଉପରେ ହିଂସା ଉସୁକାଇବା ଅଭିଯୋଗ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.