ଇମ୍ରାନଙ୍କ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରିବ କି ଭାରତ?

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ୨୭|୨: ଗୋଟିଏ ପଟେ ପାକିସ୍ତାନ ସେନା ଓ ପାକିସ୍ତାନ ମିଡ଼ିଆ କିଛି ଭିଡିଓ ଦେଖାଇ ଅପପ୍ରଚାରରେ ମାତିଥିଲେ ଏତିକିବେଳେ ମୁହଁ ଦେଖାଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ପୁଣି ଶାନ୍ତିର ବାର୍ତ୍ତା କରିଥିଲେ। ତେବେ ଏତେ ବର୍ଷ ଧରି ଆତଙ୍କବାଦୀଙ୍କୁ ପାଳି ପୋଷି ରଖିଥିବା ପାକିସ୍ତାନ ତାର ପୁରୁଣା ପ୍ରକୃତି ଭୁଲି ପାରିବ କି। ଇମ୍ରାନ ଯେ ସେହି ଲାଉର ମଞ୍ଜି ସେ କଥା ଭାରତ ବୁଝି ସାରିଛି।

ବୃଦ୍ଧ ବ୍ୟାଘ୍ରର କଙ୍କଣ ଦାନ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି ପ୍ରସ୍ତାବ। କଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ମିଗ୍‌ ଖସେଇଦେଇଥିବା ଗର୍ବରେ ଛାତି ଫୁଲେଇ ମୁହଁ ଦେଖାଉଥିଲେ ନା ତିନି ପଟୁ ଘେରି ହୋଇଯାଇଥିବା ଇମ୍ରାନ ଖାନ ଟିକେ ଶାନ୍ତିରେ ଶୋଇବାକୁ ଚାହୁଁଛନ୍ତି । ଯେଉଁ ଦେଶରେ ସେନା, ଗୁଇନ୍ଦା ବିଭାଗ, ପୋଲିସ, ପୋଷା ଆତଙ୍କବାଦୀ ସରକାରଙ୍କ ନିୟନ୍ତ୍ରଣରେ ନାହାନ୍ତି। ଦେଶର ଆର୍ଥିକ ଅବସ୍ଥା ଘରୋଇ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଯାଉଛି ସେତେବେଳେ ଇମ୍ରାନ ଖାନ ଶାନ୍ତି ଶାନ୍ତି ହିଁ କହିବେ।

ତେବେ ଭାରତ ଇମ୍ରାନଙ୍କ ଶାନ୍ତି ବାର୍ତ୍ତାକୁ ଗ୍ରହଣ କରିବ କି। ଇମ୍ରାନ ସେହି ଲାଉର ମଞ୍ଜି, ସେହି ଦେଶର ପ୍ରଧାନମନ୍ତ୍ରୀ, ଯେଉଁ ଦେଶ ବାରମ୍ବାର ପଛରୁ ଛୁରୀ ମାରିଛି। ଏବେ ଚାପରେ ରହିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସଚିବ ଶାନ୍ତିର କଥାବାର୍ତ୍ତା କରୁଛନ୍ତି କିନ୍ତୁ ଏମାନେ ଯେ ବିଶ୍ବାସଯୋଗ୍ୟ ନୁହନ୍ତି ଏହା ଭାରତ ଜାଣି ସାରିଛି । ଅବଶ୍ୟ ଇମ୍ରାନଙ୍କ ବୟାନ ପରେ ପାକିସ୍ତାନ ଡେପୁଟି ହାଇକମିଶନରଙ୍କୁ ଡାକି ବୈଦେଶିକ ମନ୍ତ୍ରଳଣାୟ ଆଲୋଚନା କରିଛନ୍ତି। ତେଣୁ ଇମ୍ରାନଙ୍କ ଶାନ୍ତି କଥାବାର୍ତ୍ତାକୁ ହୁଏତ ବିଚାର କରିପାରେ ଭାରତ।

ତେବେ ଇମ୍ରାନ ଖାନ ଏ ବାର୍ତ୍ତା ମୋଦିଙ୍କୁ ଦେଉନାହାନ୍ତି ବରଂ ବିଶ୍ବସମୁଦାୟଙ୍କୁ ବାରମ୍ବା ଜଣାଇବାକୁ ଚାହୁଁଛନ୍ତି ଯେ ସେ ଶାନ୍ତିର ଦୂତ । କିନ୍ତୁ ଭାରତ ଏଥିରେ ବୁଝି ବିଚାରି ଆଗକୁ ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.