Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତୀୟ ଦଳ ବିରୋଧରେ ତାହା କରିବି ଯାହା ଶାହିନ ଶାହ ଆଫ୍ରିଦି କରିଥିଲେ, ବିରାଟ ବାହିନୀଙ୍କୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଚେତାବନୀ

30/10/2021 at 4:46 PM

ଦୁବାଇ ୩୦।୧୦: ଟି-୨୦ ବିଶ୍ଵ କପ୍‌ରେ ରବିବାର ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ବହୁ ଜରୁରୀ। କାରଣ ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ହାରି ସାରିଛନ୍ତି। ଏହା ମଧ୍ୟରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଚେତାବନୀଭରା ବୟାନ ଦେଇଛନ୍ତି। ଟ୍ରେଣ୍ଟ ବୋଲ୍ଟ କହିଛନ୍ତି, ମୁଁ ସମେିତି କରିବି, ଯେମିତି ପାକିସ୍ତାନର ଶାହିନ ଶାହ ଆଫ୍ରିଦି ବୋଲିଂ କରି ଭାରତୀୟ ଦଳକୁ ବ୍ୟାକଫୁଟ୍‌ରେ ରଖିଥିଲେ।

ବୋଲ୍ଟ କହିଛନ୍ତି, ସେହି ଦିନ ଶାହିନ ଯେପରି ଭାରତ ବିରୋଧରେ ବୋଲିଂ କଲେ, ତାହା ଚମତ୍କାର ଥିଲା। ଜଣେ ବାମହାତୀ ବୋଲର ଭାବେ ତାହା ଭଲ ଅନୁଭବ ଥିଲା। ଆଶା କରୁଛି ଯଦି ସ୍ଵିଙ୍ଗ୍ ମିଳେ ତେବେ ମୁଁ ମଧ୍ୟ ସେମିତି କିଛି କରିବି। ଭାରତୀୟ ଦଳ ପାଖରେ ଦମଦାର ବ୍ୟାଟସମ୍ୟାନ ଅଛନ୍ତି, ଏଥିପାଇଁ ଟପ୍ ଅର୍ଡରର ଓ୍ଵିକେଟ୍ ନେବା ଆମର ପ୍ରଥମ ପ୍ରାଥମିକତା ରହିବ ବୋଲି ବୋଲ୍ଟ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଭାରତ ବିପକ୍ଷରେ ଶାଣିତ ବୋଲିଂ କରି ତିନି ଓ୍ଵିକେଟ୍ ନେଇଥିଲେ। ସେ ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ କ୍ରିଜରେ ଅଧିକ ସମୟ ତିଷ୍ଠିବାକୁ ଦେଇନଥିଲେ। ପରେ ବିରାଟ କୋହଲିଙ୍କ ଓ୍ଵିକେଟ୍ ମଧ୍ୟ ନେଇଥିଲେ। ଏହା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲା। ପାକିସ୍ତାନ ଉକ୍ତ ମୁକାବିଲାରେ ଭାରତକୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା।

   Related Posts