Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଓଡ଼ିଶାରେ ପ୍ରସ୍ତୁତ ହୋଇପାରେ କରୋନାର ଔଷଧ ଏବଂ ଟୀକା… ଏଭଳି ଏକ ସମ୍ଭାବନା ସୃଷ୍ଟି କରିଛନ୍ତି ଆଇ.ଏଲ୍‌.ଏସ୍‌

29/05/2020 at 12:57 PM

ଭୁବନେଶ୍ବର୨୯/୫: ଓଡ଼ିଶାରେ ଆଗ ପ୍ରସ୍ତୁତ ହେବ କି କରୋନାର ଔଷଧ ଓ ଟୀକା ?  କରୋନା ଔଷଧ ଓ ଟୀକା ପ୍ରସ୍ତୁତ ପୂର୍ବରୁ ଓଡ଼ିଶାର ବୈଜ୍ଞାନିକ କଣ ବଜାରକୁ ଆଣିବେ ଏହି ଟୀକା ଓ ଔଷଧ ? ଏଭଳି ଏକ ସମ୍ଭାବନା ସୃଷ୍ଟି କରିଛି ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇ.ଏଲ୍‌.ଏସ୍‌, ଭୁବନେଶ୍ବର ଶାଖା । ଏହି ପ୍ରତିଷ୍ଠାନର ବୈଜ୍ଞାନିକ ସୂଚନା ଦେଇଛନ୍ତି ଯେ ଆଇଏଲ୍‌ଏସ୍‌ ଭୁବନେଶ୍ୱର କରୋନା ଔଷଧ ଓ ଟୀକା ପ୍ରସ୍ତୁତ କରିବା ପଥରେ ଅଗ୍ରସର ହେଉଛନ୍ତି । ସେମାନଙ୍କର ଗବେଷଣା ଏ ଦିଗରେ ଅନେକ ଅଗ୍ରଗତି କରିଛି । ବିଶେଷ କରି ଆୟୁର୍ବେଦକୁ ଭିତ୍ତି କରି ସ୍ବତନ୍ତ୍ର ଗବେଷଣାର ଅଗ୍ରଗତି ଘଟିଛି । ଆଇଏଲ୍‌ଏସ୍‌ ପାଖରେ ଯେତିକି ଡ଼୍ରଗ ମଲ୍ୟୁକୁଲ ଅଛି ବା ନାଚୁରାଲ ପ୍ଲାଣ୍ଟ ଅଛି ବା ନାଚୁରାଲ ପ୍ଲାଣ୍ଟ ପ୍ରଡ଼କ୍ଟ ଅଛି,  ସେଗୁଡ଼ିକୁ ନେଇ କରେ।ନା ଭାଇରସ୍ ବିପକ୍ଷରେ ସ୍କ୍ରିନିଙ୍ଗ ଚାଲିଛି । ଯେଉଁଥିରୁ ଫ୍ୟୁଚର ଡ଼୍ରଗ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ଗାଁ ବଇଦ ମାନେ ପାରମ୍ପରିକ ଚେରମୂଳି ବ୍ୟବହାର କରି ଯେଉଁ ରୋଗ ଭଲ କରୁଛନ୍ତି ସେହି ଚେରମୂଳି ଉପରେ ମଧ୍ୟ ଗବେଷଣା ଚାଲିଛି ।

ଔଷଧ ଓ  ଟୀକା ବଜାରକୁ ଛାଡିବା ପୂର୍ବରୁ ଠେକୁଆ, ମୂଷା ଓ ହାମଷ୍ଟେର ଉପରେ ଏହାକୁ ପ୍ରୟୋଗ କରାଯିବ। ଏଥିପାଇଁ ଆଇଏଲଏସ୍ ପାଖରେ ଆନିମଲ ହାଉସ୍  ପ୍ରସ୍ତୁତ ହୋଇ ରହିଛି । ଏଥିରେ ବିଏସଏଲ-3 ବା ବାୟୋ ସେଫଟି ଲେବଲ-୩ ହାଉସ୍ ଫ୍ୟାସିଲିଟ୍ ବି ଅଛି । ଆନିମଲ ହାଉସ୍‌ରେ ଆନିମଲ ମଡ଼େଲ ଡ଼େପଲପ୍ ଚାଲିଛି। ସେଠାରେ ମୂଷା, ଠେକୁଆ ଓ ହାମଷ୍ଟେର ମାନଙ୍କୁ ପରୀକ୍ଷା କରାଯିବ। ହ୍ୟୁମାନ ଟ୍ରାଏଲ ପୂର୍ବରୁ ମୂଷା, ରାବିଟ୍ଓ ହାମଷ୍ଟେର ଉପରେ ପରୀକ୍ଷା ହେବ ।

ଏହା ଭିତରେ ଆମ ରାଜ୍ୟକୁ ବାହାର ରାଜ୍ୟ ତଥା ଅନେକ ଦେଶରୁ କେ।ରେ।ନା ରେ।ଗୀ ଆସିଛନ୍ତି । ତେଣୁ ପ୍ରତ୍ୟେକ ରାଜ୍ୟ ଏବଂ ଦେଶରୁ ଆସିଥିବା ଭାଇରସ୍ ର ପୃଥକ ପୃଥକ ଭାବେ ଜେନେଟିକ୍ ଷ୍ଟଡ଼ି କରାଯାଉଛି । ରିସର୍ଚ କଲେ ଜଣାପଡ଼ିବ ଯେ କେଉଁ ଭାଇରସ ବେଶି ହିଂସ୍ର ବା ଭାଓଲେଣ୍ଟ ଅଛି କିମ୍ବା କେତେ ପରିମାଣରେ ଓ କାହିଁକି ଇନଫେକ୍ଟ କରୁଛି କିମ୍ବା ବେଶି ଲକ୍ଷଣ ଦେଖାଉଛି । ପ୍ରେଫାଇଲିଙ୍ଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏଥିରୁ ଜଣାପଡ଼ିବ ଯେ କେଉଁ କରେ।ନା ରେ।ଗୀଙ୍କ ରେ।ଗ ପ୍ରତିରେ।ଧକ ଶକ୍ତି କେମିତି ଅଛି ।

ଭୁବନେଶ୍ବରରେ ଥିବା ଭାରତ ସରକାରଙ୍କ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ ରଚିବାକୁ ଯାଉଛି ଇତିହାସ । ଉଦ୍ଭାବନ କରିବ କରେ।ନା ଭାଇରସ୍ ପାଇଁ ଟୀକା ଓ ଔଷଧ। ଏଥିପାଇଁ  କରେ।ନା କ୍ଲିନିକାଲ ସାମ୍ପଲ ସଂଗ୍ରହ କରିବାକୁ ତିଆରି ହୋଇଛି ବାୟେ। ବ୍ୟାଙ୍କ୍ । ଏହି ବ୍ୟାଙ୍କରେ ଓଡ଼ିଶାରେ କେ।ରେ।ନା ପଜିଟିଭ୍ ରେ।ଗୀଙ୍କ ଆରଏନଏ, ଡ଼ିଏନଏ, ମଳ-ମୂତ୍ର, ଲାଳ,ରକ୍ତର ସ।ମ୍ପଲ ରଖାଯାଉଛି । ଏପ୍ରିଲ ୨୦୨୦ ରୁ ବର୍ତ୍ତମାନ ଯାଏଁ ୨୫ ହଜାର ସାମ୍ପଲ ଟେଷ୍ଟ କରି ସାରିଲାଣି ଆଇଏଲଏସ୍ ।  

   Related Posts