Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମୋଦୀ ଗଡ ବଞ୍ଚାଇ ପାରିବେ କି ଭୂପେନ୍ଦ୍ର ? ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ବି ବିଜେପି ବିଚଳିତ, ଜାଗି ଉଠିଲା କଂଗ୍ରେସର ଆଶା

13/09/2021 at 4:48 PM

ଅହମ୍ମଦାବାଦ ୧୩।୦୯: ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଯେତେ ଦଲିଲ ଦେଲେ ମଧ୍ୟ ବିଜେପି ମନରେ ଘାରିବାରେ ଲାଗିଛି ଗୁଜରାଟ ହାରିବାର ଭୟ। ବିଜେପିର ନେତୃତ୍ଵ ପରିବର୍ତ୍ତନ ପଦକ୍ଷେପ ପରେ ଗୁଜରାଟରେ କଂଗ୍ରେସର ଆଶ ପୁଣି ଥରେ ଉଜ୍ଜୀବିତ ହୋଇ ଉଠିଛି। ନିକଟରେ ସ୍ଥାନୀୟ ନିର୍ବାଚନରେ ପରାଜୟର ମୁହଁ ଦେଖିବା ପରେ ମଧ୍ୟ କଂଗ୍ରେସ ଏବେ ପୁଣି ଥରେ ସରକାର ଗଢିବାକୁ ଅଣ୍ଟା ଭିଡିବା ଆରମ୍ଭ କଲାଣି। ସେପଟେ ମୋଦୀ ନିଜ ଗଡ ବଞ୍ଚାଇବା ନେଇ ଗୁଜରାଟ ବିଜେପିରେ ଭାଳେଣି ପଡିଲାଣି।

ପୁରୁଣା ପ୍ରଦର୍ଶନରୁ ପ୍ରେରଣା ନେବ କଂଗ୍ରେସ

୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୪୦ ପ୍ରତିଶତ ଭୋଟ୍ ମିଳିଥିଲା। ଗତ ନିର୍ବାଚନରେ ଦେଶର ପୁରାତନ ଏହି ରାଜନୈତିକ ଦଳ ଶାସକ ବିଜେପିକୁ କଡା ଟକ୍କର ଦେଇଥିଲା। ହେଲେ କୌଣସି ମତେ ସରକାର ବଞ୍ଚାଇବାକୁ ସଫଳ ହୋଇଥିଲା ବିଜେପି। ହେଲେ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ, ଗତ ବିଧାନସଭା ନିର୍ବାଚନର ଫଳାଫଳ ବିଜେପିର ଆତ୍ମ ବିଶ୍ଵାସକୁ ଦୋହଲାଇ ଦେଇଥିଲା। ଏହା ପରେ  ପରବର୍ତ୍ତି ଚାରି ବର୍ଷ ରାଜ୍ୟ ସରକାରଙ୍କ ପାଇଁ ଭଲ କଟିନଥିଲା। କରୋନାର ଦ୍ଵିତୀୟ ଲହର ହିଁ ସରକାରଙ୍କ ପାରିବା  ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କୋଭିଡ୍ ପରିଚାଳନାରେ ସରକାର ବିଫଳ ଥିବା ମଧ୍ୟ ଅଭିଯୋଗ ଉଠିଲା। ଫଳରେ ରାଜ୍ୟରେ ବଢୁଥିବା ଜନ ଆକ୍ରେଶକୁ ଦୃଷ୍ଟିରେ ରଖି ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା  ବଦଳାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ଥିବା ବେଳେ ଏହା ପୂର୍ବରୁ ବିଜେପି ବିଜୟ ରୂପାନୀଙ୍କ ସ୍ଥାନରେ ପାଟିଦାର ସଂପ୍ରଦାୟର ନେତା ଭୂପେନ୍ଦ୍ର ପଟେଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଏଥିରୁ ଜଣା ପଡୁଛି ଯେ, ଆଗାମୀ ବିଧାନସଭାରେ ନିଜର ସମ୍ମାନ ବଞ୍ଚାଇବା ପାଇଁ  ବିଜେପି ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଅନ୍ୟ ପଟେ କଂଗ୍ରେସ ଉପରେ ନଜର ପକାଇଲେ, ୨୦୧୭ରେ ଦଳ ପାଇଁ ଜିଗ୍ନେଶ ମେଓ୍ଵାଣୀ, ହାର୍ଦ୍ଦିକ ପଟେଲ୍ ଓ ଅଳ୍ପେଶ ଠାକୋରଙ୍କ ତ୍ରିମୂର୍ତ୍ତି ଖୁବ୍ କାମରେ ଆସିଥିଲେ।

ବଢିଲା ଚ୍ୟାଲେଞ୍ଜ

ଏଥର କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ୨୦୧୭ ତୂଳନାରେ ଅଧିକ ରହିଛି। ଦଳ ପାଖରେ ହାର୍ଦ୍ଦିକ ପଟେଲ୍ ଅଛନ୍ତି, କିନ୍ତୁ  ଅହମ୍ମଦ ପଟେଲ୍‌ଙ୍କ ପରି ନେତା ନାହାନ୍ତି।  ସେପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ରାଜୀବ ସାତବଙ୍କ ପରଲୋକ ଘଟି ସାରିଛି। ଏମିତି ପରିସ୍ଥିତିରେ ପାର୍ଟିକୁ ଏକ ଦୃଢ ନେତୃତ୍ଵର ଆବଶ୍ୟକତା ରହିଛି, ଯିଏ ଗୁଜରାଟରେ ଦଳକୁ ନିର୍ବାଚନୀ  ବୈତରଣୀ ପାର କରାଇବ। ପାର୍ଟି  ବିକଳ୍ପ ଭାବେ ଭୂପେଶ ବଘେଲ ଏବଂ ସଚିନ ପାଇଲଟ୍‌ଙ୍କ ଉପରେ ନଜର ରଖିଛି। ବଘେଲ ପାର୍ଟିର ବରିଷ୍ଠ ଏବଂ  ବିଶ୍ଵସନୀୟ ନେତା। ସଚିନ ମଧ୍ୟ ଜଣେ ଦକ୍ଷ ଏବଂ ଟାଣୁଆ ନେତା। ସଚିନ ହିଁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାହୁଲଙ୍କ ପାଇଁ ଜରୁରୀ ଗୁଜରାଟ ବିଜୟ

କଂଗ୍ରେସ ବେଶ ସ୍ପଷ୍ଟ ଭାବେ ଜାଣିଛି ଯେ, ଗୁଜରାଟ ଜିତିବା ତା ପାଇଁ କେତେ ଜରୁରୀ। ଯଦି ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟରେ ଦଳ ବିଜୟର ବାନା ଉଡାଏ ତେବେ ଏହାର ସନ୍ଦେଶ ପୂରା ଦେଶକୁ ଯିବ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ନିଜର ମାନସିକତା ମଜବୁତ କରି ପାରିବ। ଏଥିପାଇଁ କଂଗ୍ରେସ ପୁଣି ଥରେ ରାହୁଲ ଗାନ୍ଧୀଙ୍କଠୁ ସେହି ଭୂମିକା ଆଶା କରୁଛି ଯାହା ୨୦୧୭ ନିର୍ବାଚନରେ ସେ ନିଭାଇଥିଲେ। 

   Related Posts