ଭଦ୍ରକ ଲୋକସଭା ପାଇଁ ବିଜେଡିରୁ ଏଥର ଅର୍ଜ୍ଜୁନ ସେଠୀ ନା ପୁଅ ଅଭିମନ୍ୟୁ? ମୁକ୍ତିକାନ୍ତ ମଣ୍ଡଳ ଯିବେ କୁଆଡେ??

Published By : Prameya-News7 Bureau | March 14, 2019 IST

ଭଦ୍ରକ୧୪|୩(ସର୍ବେଶ୍ବର ନାଥ):ନିର୍ବ।ଚନ ତାରିଖ ଘୋଷଣା ସରିବା ପରେ ଭଦ୍ରକରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ।  ତେବେ ଭଦ୍ରକ ଲୋକସଭା ଆସନରୁ କିଏ ହେବେ ବିଜେଡି ପ୍ରାର୍ଥୀ ? ସାଂସଦ ଅର୍ଜୁନ ସେଠୀ ପ୍ରାର୍ଥୀ ହେବେ ନା ତା ପୁଅ ଅଭିମନ୍ୟୁ ସେଠୀଙ୍କୁ ବାଟ ଛାଡ଼ିବେ ? ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନାଁକୁ ନେଇ ଜୋରସୋର ଚର୍ଚ୍ଚା । ଚାକିରୀରୁ ସ୍ବେଚ୍ଛା ଅବସର ପରେ ରାଜନୀତିରେ ସକ୍ରିୟ ଥିବା  ବିଜୟ ମଲ୍ଲିକ ନାଁ ବି ଶୁଣିବାକୁ ମିଳୁଛି ।

ଭଦ୍ରକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କିଏ ? ରିପିଟ୍ ହେବେ କି ସାଂସଦ ଅର୍ଜୁନ ସେଠୀ ? ଅଭିମନ୍ୟୁ ସେଠୀଙ୍କ ପାଇଁ ରାଜନୀତିରୁ ସନ୍ୟାସ ନେବେ କି ଅର୍ଜୁନ  ? ଆଠଥର ସାଂସଦ ଏବଂ ୨ ଥର ବିଧାୟକ ହୋଇଥିବା ଅର୍ଜୁନ ସେଠୀଙ୍କୁ ବୟସ ହେଲାଣି  । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇ ନପାରନ୍ତି ବୋଲି ଶୁଣାଯାଉଛି । ତେବେ ଅର୍ଜୁନ କହଛନ୍ତି ଏଥର ବି ଲଢ଼ିବେ ସେ ।

ଜିଏସଟି କମିଶନର ଥିବା ବିଜୟ ମଲ୍ଲିକ ଚାକିରୀରୁ ସ୍ବେଚ୍ଛାକୃତ ଅବସରେ ପରେ ରାଜନୀତିରେ ପାଦ ଦେଇଛନ୍ତି । ବିଜୟ ବିଜେଡିରୁ ପ୍ରାର୍ଥୀ ହୋଉଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ସେପଟେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିର ଏମପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣାଯାଉଛି ।

ଅର୍ଜୁନଙ୍କ ପାଇଁ ବୟସ ବାଧକ ସାଜିଥିଲେ ବି ସେ ଏବେ ବି ରେଡ୍ଡି ବୋଲି କହୁଛନ୍ତି । ତେବେ ଚର୍ଚ୍ଚାରେ ଥିବା ନାଁ ମଧ୍ୟରୁ କାହାକୁ ଦଳୀୟ ଟିକେଟ୍ ମିଳୁଛି ଖୁବ୍ ଶୀଘ୍ର ତାହା ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.