ନ୍ୟୁଜିଲାଣ୍ଡକୁ ହରାଇପାରିବ ଆଫଗାନିସ୍ତାନ ? କମାଲ କରିବେ ଆଫଗାନ୍‌ ସ୍ପିନ୍‌ ବାହିନୀ ! ଅଙ୍କ କଷୁଛି ଟିମ ଇଣ୍ଡିଆ

Published By : Prameya-News7 Bureau | November 06, 2021 IST

ଦୁବାଇ ୦୬/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ସେମି ଫାଇନାଲକୁ ଯିବ ଟିମ ଇଣ୍ଡିଆ ! ଚମତ୍କାର ହେବ, ନ୍ୟୁଜିଲାଣ୍ଡକୁ ହରାଇବ ବାଂଲାଦେଶ ! ଏଭଳି କିଛି ପ୍ରସଙ୍ଗ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ଟି ୨୦ ବିଶ୍ବକପରେ ଟିମ ଇଣ୍ଡିଆ ଚମତ୍କାର କରିବାକୁ ଯାଉଛି । ଆରମ୍ଭରୁ ୨ଟି ମ୍ୟାଚରେ ପରାଜିତ ହେବା ପରେ ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତା ଦେଖିବ ବୋଲି ଆଲୋଚନା ହେଉଥିଲା । କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ ।

ତେବେ ସେମିକୁ ଯିବା ପାଇଁ ଆଫଗାନିସ୍ତାନ ଉପରେ ଏବେ ନିର୍ଭରଶୀଳ ଭାରତ । ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ଫଳାଫଳକୁ ନେଇ ଭାରତର ଆଗାମୀ ଯାତ୍ରା ବାବଦରେ ସ୍ପଷ୍ଟ ହେବ । ଯଦି ଆଫଗାନିସ୍ତାନ ଏହି ମ୍ୟାଚ ଜିତି ଯାଏ ତେବେ ସେମି ଫାଇନାଲ ଖେଳିବା ପାଇଁ ଟିମ ଇଣ୍ଡିଆର ଆଶା ବଢିଯିବ । ଗତ କିଛି ବର୍ଷ ହେଲା ଆଫଗାନିସ୍ତାନ ଦମଦାର କ୍ରିକେଟ ଖେଳୁଛି । ପଡିଆ ମଧ୍ୟରେ ଜୋରଦାର ଟକ୍କର ଦେଉଛନ୍ତି ଆଫଗାନି କ୍ରିକେଟର । ତେଣୁ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡକୁ ହରାଇବା ନିହାତି ଭାବେ ଭାରତ ପାଇଁ ଆର୍ଶୀବାଦ ସଦୃଶ ହେବ । ଦଳଗତ ଭାବେ ନ୍ୟୁଜିଲାଣ୍ଡ ଖୁବ ଭଲ ଫର୍ମରେ ଅଛି କିନ୍ତୁ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟରେ କିଛି ଅସମ୍ଭବ ନୁହେଁ।

ଆଫଗାନିସ୍ତାନ ତାର ବୋଲିଂ ବାହିନୀକୁ ନେଇ ବେଶ ଶକ୍ତିଶାଳୀ । ଦଳରେ ରାସିଦ ଖାନ, ମୁଜିବ ଉର ରେହମାନ ଏବଂ ମହମ୍ମଦ ନବୀଙ୍କ ଭଳି ଭେଟେରାନ୍‌ ବୋଲର ରହିଛନ୍ତି । ଏମାନେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇପାରନ୍ତି । ଆହତ କାରଣରୁ ମୁଜିବ ଖେଳିବା ନେଇ ସସ୍‌ପେନ୍ସ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳକୁ ଚମତ୍କାର କରିବାକୁ ପଡିବ । ଏହା ହେଲେ ଭାରତ ସେମି ଫାଇନାଲ ଖେଳିବା ଆଶା ଅଧିକ ରହିଛି ।

ତେବେ ଯଦି ନ୍ୟୁଜିଲାଣ୍ଡ ବିଜୟୀ ହୁଏ ତ ସେ ସିଧାସଳଖ ସେମି ଫାଇନାଲ ଖେଳିବ । କାରଣ ଦଳ ନିକଟରେ ୮ ପଏଣ୍ଟ ହୋଇଯିବ । ଏହା ହେଲେ ପାକିସ୍ତାନ ପରେ ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିବ ନ୍ୟୁଜିଲାଣ୍ଡ । ଯଦି ଆଫଗାନିସ୍ତାନ ବଡ ବ୍ୟବଧାନରେ ଜିତେ ତେବେ ଦଳ ସେମି ଫାଇନାଲକୁ ମଧ୍ୟ ଯାଇପାରେ । କିନ୍ତୁ ଏଥିପାଇଁ ନାମ୍ବିଆ, ଭାରତକୁ ହରାଇବାକୁ ପଡିବ । ସେପଟେ ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଠାରୁ ଜି​‌ତେ ତେବେ ଭାରତ, ନାମ୍ବିଆକୁ ବଡ ବ୍ୟବଧାନରେ ହରାଇବାକୁ ପଡିବ । ଏହା ହେଲେ ନେଟ୍‌ ରନ୍‌ରେଟ୍‌ରେ ଭାରତ ଆଗରେ ରହିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.