Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

କ’ଣ କ୍ରିକେଟ୍‌ରେ ବ୍ୟାନ୍ ହୋଇଯିବ ବାଉନ୍ସର ? କନକଶନ ଏକ୍ସପର୍ଟଙ୍କ ଦାବି ଉପରେ ନିଆଗଲା ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

25/01/2021 at 5:53 PM

ନୂଆଦିଲ୍ଲୀ ୨୫।୦୧: କ୍ରିକେଟ୍‌ରେ ନିକଟ ଦିନରେ ମୁଣ୍ଡରେ ବଲ୍ ବାଜିବା କାରଣରୁ ଖେଳାଳିଙ୍କ ଆଘାତଜନିତ ସମସ୍ୟା ବଢିବାରେ ଲାଗିଛି। ଯାହା କ୍ରିକେଟ୍ ଜଗତ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଜଣେ ବିଶେଷଜ୍ଞ ୧୮ ବର୍ଷରୁ କମ କ୍ରିକେଟ୍‌ରେ ବାଉନ୍ସର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। କନକଶନ(ମୁଣ୍ଡରେ ବଲ୍‌ ବାଜି ଅଚେତ ହେବା ପରି ସ୍ଥିତି) ମାମଲାରେ ଜଣେ ବିଶେଷଜ୍ଞ କ୍ରିକେଟ୍ ଅଧିକାରୀଙ୍କୁ କହିଛନ୍ତି ଯେ, ୧୮ ବର୍ଷରୁ କମ ବୟସର ଖେଳାଳିଙ୍କ ବିରୋଧରେ ବାଉନ୍ସରର ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଯାଉ। ଯାହା ଫଳରେ ଏହା ସମ୍ବନ୍ଧିତ ସମସ୍ୟାକୁ କମ କରାଯାଇ ପାରିବ। ଏବେ କ୍ରିକେଟ୍‌ ନିୟମର ସଂରକ୍ଷକ ମେରିଲବୋନ କ୍ରିକେଟ୍ କ୍ଲବ(ଏମସିସି) ମଧଯୟ ବୋଲରଙ୍କୁ ସଟ୍‌ ପିଚ୍ ବୋଲିଂ କରିବାକୁ ଅନୁମତି ଦେବା ଉପରେ ଆଲୋଚନା ଏବଂ ବିଚାର ବିମର୍ଶ ଆରମ୍ଭ କରି ଦେଇଛନ୍ତି।

ମୁଣ୍ଡରେ ଆଘାତ ଲାଗିବା ମାମଲା ସହିତ ଜଡିତ ଅନ୍ତରାଷ୍ଟ୍ରୀୟ ଗବେଷକ ସଂସ୍ଥାର ମିଡିଆ ନିର୍ଦ୍ଦେଶକ ମାଇକେଲ୍ ଟର୍ନର କହିଛନ୍ତି, ଯେବ ଆପଣ କିଶୋରରୁ ବୟସ୍କ ହେଉଥାନ୍ତି ତେବେ ଆପଣଙ୍କ ମସ୍ତିଷ୍କର ବିକାଶ ହେଉଥାଏ। ଏମିତିରେ ଆପଣଙ୍କୁ କନକଶନରୁ ବଞ୍ଚିବା ଉଚିତ୍। ଆପଣଙ୍କୁ କୌଣସି ବି ବୟସରେ କନକଶନ ପରି ସ୍ଥିତିରୁ ବର୍ତ୍ତିବା ଉଚିତ୍। ବିଶେଷ କରି କନକଶନ ଯୁବକଙ୍କ ପାଇଁ ଅଧିକ ବିପଦଜ୍ଜନକ। ଏହି ସମୟରେ କିଶୋର ଖେଳାଳିଙ୍କୁ କନକଶନରୁ ବଞ୍ଚାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବା ଉଚିତ୍। ଏହି ମାମଲାରେ ଅଧିକାରୀଙ୍କୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ୍।

ହେଲମେଟ୍  ଫ୍ୟାକଚରରୁ ବଞ୍ଚାଇଥାଏ କନକଶନରୁ ନୁହେଁ

ଟର୍ନର କହିଛନ୍ତି ହେଲମେଟ୍ କେବଳ ଫ୍ୟାକଚର ହେବାରୁ ଖେଳାଳିଙ୍କୁ ବଞ୍ଚାଇଥାଏ, କନକଶନରୁ ନୁହେଁ। ହେଲମେଟକୁ ମୁଣ୍ଡର ଫ୍ୟାକଚରକୁ ରୋକିବା ପାଇଁ ତିଆରି କରାଯାଇଛି, କନକଶନକୁ ରୋକିବା ପାଇଁ ନୁହେଁ। ଏମିତିର ଏହାର ମୁକାବିଲା ପାଇଁ ଗୋଟିଏ ରାସ୍ତା ରହିଛି, ତାହା  ହେଉଛି ନିୟମରେ ପରିବର୍ତ୍ତନ। ସେ ଚେତାବନୀ ଦେଇଛନ୍ତି ଯେ, କମ ବୟସର କ୍ରିକେଟ୍‌ରଙ୍କ ମୁଣ୍ଡରେ ଆଘାତ ଲାଗିଲେ ସେମାନଙ୍କୁ ଦୀର୍ଘ ସମୟ ଜଟିଳତାର ସାମ୍ନା କରିବାକୁ ପଡିପାରେ। ଯୁବକଙ୍କ ମସ୍ତିଷ୍କ ଉପରେ ଏହାର ଗମ୍ଭୀର ଏବଂ ଦୀର୍ଘକାଳିନ ପ୍ରଭାବ ପକାଇଥାଏ କାରଣ ଆପଣଙ୍କ ମସ୍ତିଷ୍କର ବିକାଶ ହେଉଥାଏ।

୧୯ ବର୍ଷ ପରେ ଖେଳାଳି ନିଅନ୍ତୁ ନିଜର ନିଷ୍ପତ୍ତି

ଟର୍ନର ପ୍ରସ୍ତାବ ଦେଇଛନ୍ତି ଯେ, ବରିଷ୍ଠ କ୍ରିକେଟ୍‌ରଙ୍କ ସହିତ ଟୂର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ୧୮ ବର୍ଷରୁ କମ ଖେଳାଳିଙ୍କ ମାତା-ପିତାଙ୍କୁ ଏହି ବିଷୟରେ ଅବଗତ ହେବା ଉଚିତ୍ ଏବଂ ଏଥିପାଇଁ ତାଙ୍କ ସହମତି ମିଳିବା ଜରୁରୀ। ସେ କହିଛନ୍ତି, ୧୮ ବର୍ଷ କିମ୍ବା ଏଥିରୁ ଅଧିକ ବୟସର ଖେଳାଳିଙ୍କୁ ଏହି ବିଷୟରେ ନିଜର ନିଷ୍ପତ୍ତି ନିଜେ ନେଇ ପାରିବେ। ସେମାନେ ଏହି ସଂକର୍ପିତ ରିସ୍କକୁ ନେଇ ମଧ୍ୟ ସଚେତ ଥାଆନ୍ତି।

   Related Posts