ମହାବିନାୟକ ଠାରେ ୬୬ ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

Published By : Prameya-News7 Bureau | October 06, 2020 IST

ଚଣ୍ଡିଖୋଲ ୦୬।୧୦ : ପ୍ରତି ବର୍ଷର ଅକ୍ଟୋବର ମାସର ପ୍ରଥମ ସପ୍ତାହକୁ ସମଗ୍ର ଦେଶରେ ବନ୍ୟପ୍ରାଣୀ ସପ୍ତାହ ଭାବେ ପାଳନ କରାଯାଉଛି । ଡାଳିଜୋଡା ବନଖଣ୍ଡ ଆନୁକୂଲ୍ୟରେ ଚଣ୍ଡିଖୋଲ ମହାବିନାୟକ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ କଟକ ଡିଏଫ୍‌ଓ ସୁଦର୍ଶନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ପାଳନ କରାଯାଇଛି ।  

କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଡିଏଫଓ ସୁଦର୍ଶନ ପାତ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଜଙ୍ଗଲ ପ୍ରେମୀମାନଙ୍କ ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗର ଅକ୍ଲାନ୍ତ ପରିଶ୍ରମରେ ଚଳିତ ବର୍ଷ ଓଡିଶା ହାତୀ ଗଣନାରେ ୫ମ ସ୍ଥାନରେ ରହିଛି । ସେହିପରି କୁମ୍ଭୀର, କଇଁଛରେ ମଧ୍ୟ ଆମେ ସମ୍ମାନଜନକ ସ୍ଥାନରେ ଅଛୁ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସିଏଫଓ ମନୋରଞ୍ଜନ ସ୍ୱାଇଁ, ବୈରୀ ରେଞ୍ଜର ଅଭୟ ଜେନା ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଚଣ୍ଡିଖୋଲ ବନପାଳ ଶଶି ଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.