ହାତୀ ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ଲକ୍ଷ : ଜାରି କଲା WILDLIFE-SOS
4/06/2020 at 1:04 PM

ମଲ୍ଲପୁରମ୍ ୪/୫ : ଓ୍ବାଇଲ୍ଡ ଲାଇଫ ଏସଓଏସ୍ ଫଳ ଭିତରେ ବିସ୍ଫୋରକ ରଖିବାର ବେଆଇନ୍ ଅଭ୍ୟାସ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏହି ବିସ୍ଫୋରକ ପଶୁଙ୍କ ମୁହଁରେ ବିସ୍ଫୋରଣ ହୋଇଥାଏ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥାଏ। ଓ୍ବାଇଲ୍ଡ ଲାଇଫ ଏସଓଏସ୍ର ଦାବି କରିଛି ଏପରି ଅପରାଧ ବିରୋଧରେ କଟକଣା କରାଯାଉ। ଏହି ସଂସ୍ଥା କେରଳର ମଲ୍ଲପୁରମ୍ ଜିଲ୍ଲାର ଗର୍ଭବତୀ ହାତୀର ହତ୍ୟାକୁ ନିନ୍ଦା କରିଛନ୍ତି।
ମଲ୍ଲପୁରମରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ଥିବା ସପୁରୀ ଖାଇ ଦେଇଥିଲା ଯାହା ପରେ ହାତୀର ମୁହଁରେ ବାଣ ଫୁଟିଥିବାରୁ ତା’ର ମୃତ୍ୟୁ ହୋଇଥିଲା। ସଂସ୍ଥା କହିଥିଲା ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଗର୍ଭବତୀ ହାତୀକୁ କେରଳରେ ଏଭଳି ମୃତ୍ୟୁ ମିଳିଛି। ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ଅପରାଧିଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ଏହି ସଂସ୍ଥା ଯାଞ୍ଚରେ ଅଧିକାରୀଙ୍କ ସହଯୋଗ କରିବ। ସେମାନେ ପୂରା ପ୍ରକ୍ରିୟାରେ ସହଯୋଗ କରିବେ।
ପ୍ରାଥମିକ ତଦନ୍ତରେ ଏହା ଜଣା ପଡ଼ିଛି ଯେ ଗର୍ଭବତୀ ହାତୀର ମୁହଁରେ ବିସ୍ଫୋରଣ ହୋଇଛି ଏବଂ କ୍ରୃଡ ବୋମା ପାଇଁ ଜିଭ କ୍ଷତ ବିକ୍ଷତ ହୋଇଛି। ସପୁରୀରେ ଥିବା ବିସ୍ଫୋରକକୁ ହାତୀ ଚୋବାଇ ଦେଇଥିଲା ଏବଂ ୩ଦିନ ପରେ ହାତୀର ମୃତ୍ୟୁ ହୋଇଥିଲା।
ହାତୀର ହତ୍ୟା ମାମଲାରେ କେରଳର ଷ୍ଟେଟ୍ ଫରେଷ୍ଟ ଡିପାର୍ଟମେଣ୍ଟର ଲୋକେ ତଦନ୍ତ କରୁଛନ୍ତି। ଓ୍ବାଇଲ୍ଡ ଲାଇଫ ଏସଓଏସ୍ ଟିମ୍ ଚିଫ୍ ଓ୍ବାଇଲ୍ଡ ଚିଫ ଓ୍ବାର୍ଡ଼େନଙ୍କ ସହ ଯୋଗାଯୋଗ କରିଛନ୍ତି। ଏବେ ଯାଏଁ ବିସ୍ତୃତ ରିପୋର୍ଟର ଅପେକ୍ଷା ରହିଛି।
ଓ୍ବାଇଲ୍ଡ ଲାଇଫ ଏସଓଏସ୍ ହତ୍ୟାରେ ସାମିଲ ଅଭିଯୁକ୍ତଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷିତ କରିଛି। ଯେଉଁମାନେ ଏହି ମାମଲାରେ ବନ ବିଭାଗଙ୍କ ସାହାଯ୍ୟ କରିବେ ତାଙ୍କୁ ଓ୍ବାଇଲ୍ଡ ଲାଇଫ ଏସଓଏସ୍ ତରଫରୁ ଏହି ପୁରସ୍କାର ଦିଆଯିବ।
ସଂସ୍ଥା ଏକ ନମ୍ବର ମଧ୍ୟ ଏହି ସମ୍ବନ୍ଧରେ ଜାରି କରିଛି। ସଂସ୍ଥା ତରଫରୁ କୁହାଯାଇଛି ଯେ ଯଦି ହାତୀଙ୍କୁ ବଞ୍ଚାଇବା ଅଭିଯାନରେ ଆପଣ ଯୋଡ଼ି ହେବାକୁ ଚାହୁଁଛନ୍ତି ତେବେ ଏଲିଫ୍ୟାଣ୍ଟ ହେଲ୍ପଲାଇନ୍ ନମ୍ବର +91-9971699727 ରେ କଲ୍ କରନ୍ତୁ କିମ୍ବା info@wildlifesos.org ରେ ମେଲ୍ କରନ୍ତୁ।