କପିଳାସ ଅଭୟରଣ୍ୟରୁ ବନ୍ୟଜନ୍ତୁ ଶିକାର ରାକେଟ ଠାବ, ମାଷ୍ଟର ମାଇଣ୍ଡ ସ୍କୁଲ ଶିକ୍ଷକ ସହ ୩ ଗିରଫ, ବାଘ ଓ ହରିଣ ଛାଲ ସହ ମାଈ ହାତୀ ଦାନ୍ତ ଜବତ

Published By : Prameya-News7 Bureau | December 07, 2020 IST

ଢେଙ୍କାନାଳ ୦୭।୧୨:  ଗତ କିଛି ଦିନ ହେଲା ବନ ବିଭାଗ ପକ୍ଷରୁ କପିଳାସ ବନାଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ବନ୍ୟ ଜନ୍ତୁ ଶିକାରୀଙ୍କୁ ଗିରଫ ସହ ବନ୍ଧୁକ ଜବତ କରିଛନ୍ତି। ତେବେ କପିଳାଶ ଅଭୟରଣ୍ୟରୁ ଦୀର୍ଘଦିନ ହେଲା ବନ୍ୟଜନ୍ତୁ ଶିକାର କରି ବାହାରକୁ ଚାଲାଣ କରୁଥିବା ରାକେଟର କିଙ୍ଗ୍‌ପିନକୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ। ଏପରିକି କପିଳାଶ ବନାଞ୍ଚଳର ଶୋରିଶିଆପଦା ଜମୁଣାଳିଆ ଗ୍ରାମରେ ଚଢ଼ାଉ କରି ନଗେନ୍ଦ୍ର ଦିଗି ନାମକ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ କଲରପତାରିଆ ବ୍ୟାଘ୍ର ଦୁଇଟି ଛାଲ, ଗୋଟିଏ ଖପୁରୀ, ୯ଟି ଭାଲୁ ନଖ ଜବତ କରିଛି ବନ ବିଭାଗ ।

{"id":374231,"sizeSlug":"large"}

ପରେ ପଚରା ଉଚରା କରିବା ବେଳେ ସୂଚନା ପାଇ କଙ୍କଡାହାଡ଼ କଳଶପୁର ଗ୍ରାମରୁ ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁ ନାମକ ଦୁଇ ଶିକାରୀଙ୍କୁ ଗିରଫ କାରାଯାଇଛି । ଏହି ଦୁଇ ଶିକାରୀଙ୍କ ଠାରୁ ହରିଣ ଛାଲ,ବାରହା ଖପୁରୀ, ହରିଣ ଛାଲ ସମେତ ବିଭିନ୍ନ ଶିକାର ସରଞ୍ଜାମ ଜବତ କରାଯାଇଛି । ତେବେ ଗିରଫ ନଗେନ୍ଦ୍ର ଦିଗି  ଟାଙ୍ଗି ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଶିକାରୀ ମାନେ ଶିକାର କରି ତାଙ୍କ ମାଧ୍ୟମରେ ବାହାରକୁ ଚାଲାଣ କରନ୍ତି ବୋଲି ଢେଙ୍କାନାଲ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.