ବିଦେଶକୁ ବଜ୍ରକାପ୍ତା ଚାଲାଣ ମାମଲା : ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ

Published By : Prameya-News7 Bureau | December 13, 2019 IST

ଆଠଗଡ ୧୩।୧୨: କଟକ ଜିଲ୍ଲା ଆଠଗଡ଼ରୁ ବିଦେଶକୁ ବଜ୍ରକାପ୍ତା ଚାଲାଣ ମାମଲାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଁଞ୍ଚିଲା ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ । ଏହି ଟିମ୍ ରେ ଦୁଇ ଜଣ ସଦସ୍ୟ ଥିବା ଜଣାପଡ଼ିଛି । ଗତ ୮ ତାରିଖରେ ଆଠଗଡ ବନଖଣ୍ଡ ଅଞ୍ଚଳରୁ ଧରପଡିଥିଲା ବଜ୍ରକାପ୍ତା । ଆଠଗଡ ଡିଏଫଓଙ୍କ ସହ ଆଲୋଚନା କରିବା ପରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ ହେବ । ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା, କୋର୍ଡ ୱାର୍ଡ ଏବଂ ଟେଲିଫୋନ ନମ୍ବର ସବୁକୁ ତର୍ଜମା କରି ତଦନ୍ତ ଆଗକୁ ବଢିବ । ଏଥିପାଇଁ ଏହି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନିଆଯିବ।  ଜାପାନ, ମିଆଁମାର, ବର୍ମା, ମଙ୍ଗୋଲିଆ ଆଦି ଦେଶକୁ ବକ୍ରକାପ୍ତା ଚୋରା ଚାଲାଣ ହେଉଥିବା ସୂଚନା ରହିଛି । ବଜ୍ରକାପ୍ତାର କାତି ମାଂସ  ଆଦି ଔଷଧୀୟ ବ୍ୟବହାର କରାଯିବା ସହ ଖୋଳପାରୁ ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ତିଆରି ହେଉଛି । ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତମାନଙ୍କର ସିଧା ସଳଖ ବିଦେଶୀ ଲିଙ୍କ୍ ଥିବା ଜଣାପଡ଼ିଛି । ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଅଭିଯୁକ୍ତମାନେ ବ୍ୟବସାୟ ଚଳାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.