ନୀଳଗିରିରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ; ହାତୀଙ୍କୁ ଘଉଡାଇବାରେ ଫେଲ୍ ମାରିଛି ବନ ବିଭାଗ
22/11/2018 at 10:10 AM

ବାଲେଶ୍ବର ୨୨|୧୧: ନୀଳଗିରିରେ ୮ ଦିନ ହେଲା ଝାଡଖଣ୍ଡୀ ହାତୀପଲ ଉପଦ୍ରବ ଚଳାଇଛନ୍ତି । ନୀଳଗିରି ଅଞ୍ଚଳକୁ ପଶିଆସିଥିବା ୫୭ଟି ହାତୀ ପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି । କେତେବେଳେ ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଜନବସତୀ ମୁହାଁ ହେଉଛନ୍ତି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଫେଲ ମାରିଥିବା ବେଳେ ଲୋକେ ଅତିଷ୍ଟ ହୋଇଗଲେଣି । ଗତ ରାତିରେ ୩ କୋଶିଆ ଜଙ୍ଗଲ ଛାଡି ହାତିମୁଣ୍ଡା ଓ ତେରଲଡିହି ଅଞ୍ଚଳକୁ ପଶିଥିବା ଜଣାପଡିଛି ।