Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଶହଶହ କଙ୍ଗାରୁ ଜୀବନ ବଞ୍ଚାଇବାକୁ ଜଙ୍ଗଲ ଛାଡି ସହର ମୁହାଁ- ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ

5/01/2020 at 7:54 PM

ମେଲବର୍ଣ୍ଣ ୦୫।୦୧ – ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ଏମିତି ନିଆଁ ଲାଗିଛି ଯେ ଏହା ଅଷ୍ଟ୍ରେଲିଆ ଭଳି ବଡ଼ ଦେଶ ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି ।ଏଥିରେ ଏ ପର୍ଯ୍ୟନ୍ତ ୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।୫୦ କୋଟିରୁ ଅଧିକ ପଶୁ ପକ୍ଷୀ ଏଥିରେ ପ୍ରାଣ ହରାଇସାରିଲେଣି ।ନିଆଁର ପ୍ରକୋପରେ ଅଷ୍ଟ୍ରେଲିଆର ଆକାଶ ରକ୍ତ ବର୍ଣ୍ଣ ଦେଖାଯାଉଛି। ଜୀବନ ବଞ୍ଚାଇବାକୁ ଜଙ୍ଗଲ ଛାଡ଼ି ପଳାଉଛନ୍ତି ଶହଶହ କଙ୍ଗାରୁ। ଏମିତି ସ୍ଥିତିରେ ଅଷ୍ଟ୍ରେଲିଆକୁ ଚାରିଆଡ଼ୁ ଅନ୍ତର୍ଜାତୀୟ ସହାୟତା ଛୁଟିଛି ।

ଶହଶହ କଙ୍ଗାରୁ ଜୀବନ ବଞ୍ଚାଇବାକୁ ଜଙ୍ଗଲ ଛାଡି ସହର ମୁହାଁ ହୋଇଛନ୍ତି। ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ ।ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ଏଥିରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ।ବିରଳ ଜନ୍ତୁ କୋଆଲା ଏବଂ କଙ୍ଗାରୁ ସବୁଠୁ ବେଶୀ ମରିଛନ୍ତି ।ଏପରିକି ଜଙ୍ଗଲ ନିଆଁରୁ ବଞ୍ଚି ନାହାନ୍ତି ସାଧାରଣ ଲୋକେ ।

୨୪ଜଣ ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ୫୦କୋଟିରୁ ଅଧିକ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଅଷ୍ଟ୍ରେଲିଆ ରାଜଧାନୀ କାନବେରାରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି ।ଲୋକଙ୍କୁ  ଯଥା ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ବହୁ ଘର ପୋଡ଼ିଯାଇଛି ।ଭିକ୍ଟୋରିଆ ଓ ନ୍ୟୁ ସାଉଥ ୱେଲସ ରାଜ୍ୟରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ହଜାର ହଜାର ଲୋକ ଅନ୍ଧାରରେ ଦିନ କାଟୁଛି ।

ଅଷ୍ଟ୍ରେଲିଆ ଏୟାର ଲାଇନ୍‌ସ କ୍ବାଣ୍ଟାସ୍‌ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ବାତିଲ କରିଛି।ଶହଶହ ହେଲିକପ୍ଟରରେ ଜଙ୍ଗଲରେ ହଜାର ହଜାର ଲିଟର ପାଣି ଢଳାଯାଉଛି ।କିନ୍ତୁ ଏଥିରୁ ବିଶେଷ ଫାଇଦା ମିଳୁନାହିଁ ।ଅଷ୍ଟ୍ରେଲିଆରେ ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ପରିସ୍ଥିତି ଆହୁରି ବିଗିଡି ଯିବାର ଆଶଙ୍କା ରହିଛି ।ଅଷ୍ଟ୍ରେଲିଆର ବିଶିଷ୍ଟ କମେଡିଆନ ସେଲିଷ୍ଟା ବାର୍‌ବର ଫେସବୁକ୍‌ ମାଧ୍ୟମରେ ସାହାଯ୍ୟ ଭିକ୍ଷା କରିଛନ୍ତି।

ଅନେକ ଦେଶ ଆମେରିକାକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ରିଜର୍ଭ ଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଉଦବେଗଜନକ ଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ତାଙ୍କର ଭାରତ ଗସ୍ତ ବାତିଲ କରିଛନ୍ତି ।…

   Related Posts