ନିଦ ହଜାଇ ଦେଲାଣି ବଣୁଆ ହାତୀ, ଗାଁ ଗଣ୍ଡାରେ ପଶି କରୁଛନ୍ତି ଉତ୍ପାତ
29/12/2020 at 4:56 PM

ଆଠଗଡ଼୨୯/୧୨: ନିଦ ହଜାଇ ସାରିଲେଣି ବଣୁଆ ହାତୀ। ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ଫସଲ ଉଜାଡ଼ି ସାରିଲେଣି। ଗତକାଲି ବିଳମ୍ବିତ ରାତିରେ କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ବ୍ରହ୍ମପୁର ଗାଁରେ ଏମିତି ଉତ୍ପାତ କରୁଛନ୍ତି ବଣୁଆ ହାତୀ ପଲ। ଗାଁକୁ ଲାଗି ଥିବା ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପାଚେରୀ ଭାଙ୍ଗି ଗାଁ ଭିତରେ ହାତୀ ପଲ ତୁମୁଳକାଣ୍ଡ ଘଟାଉଥିଲେ ବି ବନବିଭାଗ ନିରବଦ୍ରଷ୍ଟା ସାଜିଥିଲା।
ଖବର ପାଇ ମଧ୍ୟ କୌଣସି ବିଭାଗୀୟ କର୍ମଚାରୀ ନ ଆସିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେହିପରି ଢ଼େଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଚାଷ କାମ ବେଳେ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021