ଗାଁ ମୁହାଁ କୁଳଡିହା ଅଭୟାରଣ୍ୟର ହାତୀ ପଲ, ବ୍ୟାପକ କ୍ଷୟକ୍ଷତି
31/03/2019 at 12:25 PM

ନୀଳଗିରି ୩୧|୩ : ଗାଁ ମୁହାଁ କୁଳଡ଼ିହା ଅଭୟାରଣ୍ୟର ହାତୀ ପଲ । ବାଲେଶ୍ଵର ଜିଲ୍ଲା ନୀଳଗିରି ଢୋଲପୁର ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ଢୋଲପୁର ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି । ଗାଁରେ ପଶି ଗୋଟିଏ ଘର ଭାଙ୍ଗିବା ସହ ଘରେ ପଶି ଧାନ ଚାଉଳ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।
ତେବେ ହାତୀ ଆକ୍ରମଣରୁ ବୃଦ୍ଧା ଦମ୍ପତ୍ତି ପ୍ରଭାକର ପାତ୍ର ଓ ଜେମାମଣି ପାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ବାରମ୍ବାର କୁଲଡିହା ଅଭୟାରଣ୍ୟରୁ ହାତୀ ଆସି ଉପଦ୍ରବ ଚଲାଇଛନ୍ତି । ହେଲେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।