ସହର ଛାଡି ଯାଉନାହାଁନ୍ତି ବଣୁଆ ହାତୀ: କରୁଛନ୍ତି ଉପଦ୍ରବ, ଆତଙ୍କିତ ଲୋକେ

Published By : Prameya-News7 Bureau | July 24, 2021 IST

ଢେଙ୍କାନାଳ ୨୪/୭: ଢେଙ୍କାନାଳ ସହର ପାଖରେ ବଣୁଆ ହାତୀପଲ । ସହରର କୁଞ୍ଜକାନ୍ତ ଟେନ ଲାଇନ ପାଖରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଛି । କୁଞ୍ଜକାନ୍ତ ଟ୍ରେନ ଲାଇନ ସେପାଖରେ ଏହି ହାତୀ ପଲଙ୍କୁ ମଧ୍ୟରେ ଦନ୍ତା ଓ ଛୁଆ ହାତୀ ମିଶି ୧୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି । ଗତ ଦୁଇଦିନ ହେଲା ହାତୀ ପଲ ଏହି ଅଂଚଳ ଛାଡି ଯାଉନାହାନ୍ତି ।

wp:gallery {"ids":[485033],"linkTo":"none"} /wp:gallery

ତେବେ ସ୍ଥାନୀୟ ଲୋକମାନେ ହାତୀପଲଙ୍କୁ ଦେଖି ହୋ ହାଲ୍ଲା କରିବାରୁ ପାଖ ମେଘା ପାହାଡ଼କୁ ଯାଇ ପୁଣି ସନ୍ଧ୍ୟା ହେଲେ ବାହାରକୁ ଆସୁଛନ୍ତି । ଏହି ହାତୀପଲଙ୍କୁ ନେଇ ଢେଙ୍କାନାଳ ସହରର କୁଞ୍ଜକାନ୍ତ, ଶ୍ୟାମଚରଣପୁର, ଇଛାଦେଇପୁର, ଭଗବାନପୁର ଓ ବୋରାପଦା ଆଦି ଅଂଚଳରେ ହାତୀ ପଲ ଉପଦ୍ରବ କରିବାର ଯଥେଷ୍ଟ ଆଶଙ୍କା କରାଯାଇଛି । ଫଳରେ ଏହି ଅଞ୍ଚଳବାସୀ ହାତୀଙ୍କ ଉପଦ୍ରବ ଭୟରେ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.