ରାଜପଥରେ ଯାଉଥିଲା ଟ୍ରକ : ହଠାତ୍ ଆଗକୁ ଆସିଗଲେ ଗଜରାଜ୍ ଆଉ ତାପରେ...

Published By : Prameya-News7 Bureau | May 18, 2021 IST

ଆସାମ ୧୮/୫ : ମନମାନିଲେ ଜୀବନ ଦେଇଦେବେ ଆଉ ଥରେ ବିଗିଡିଗଲେ ସେ କାହାରି ନୁହଁନ୍ତି । ଆମେ ଆଜି କହୁଛୁ ଗଜରାଜ ମାନେ ହାତୀ କଥା । ଶାନ୍ତି ଖୋଜୁଥିବା ଏହି ପ୍ରାଣୀ ପୃଥିବୀର ସବୁଠାରୁ ବଡ ପ୍ରାଣୀ । ହେଲେ ଶାନ୍ତ ସ୍ୱଭାବ ଥିବା ଏମାନଙ୍କ ମଧ୍ୟରେ ବେଳେ ବେଳେ କ୍ରୋଧ ଆସିଯାଏ । ସେତେବେଳେ ଯାହା ହୁଏ ହୁଏତ ସମସ୍ତେ ଉଣା ଅଧିକେ ଜାଣିଥିବେ । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଯେଉଁଥିରେ ହାତୀ ରାଜପଥରେ ଚାଲୁଛି । ତେବେ ଏହି ,ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକଟି ହାତୀକୁ ଦେଖିବା ପରେ ଅଟକିଯାଏ । ତାପରେ କାମ ଆରମ୍ଭ କରିଦିଏ ହାତୀଟି । ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଆପଣ ଦେଖିଛନ୍ତି ହାତୀ ରାଜପଥରେ ଠିଆ ହୋଇଥିବା ଦେଖି ଏକ ଟ୍ରକ୍ ଟି କିଛି ଦୂରରେ ଅଟକି ରହେ । ତା’ପରେ ହାତୀ ଟ୍ରକର ଆଗରେ ପହଞ୍ଚି ଟ୍ରକର ଗ୍ଲାସରେ ଠେଲିବା ଆରମ୍ଭ କରିଦିଏ ।

ଏହା ଦେଖି ଟ୍ରକ ଡ୍ରାଇଭର ଏବଂ ସେମାନଙ୍କ ଆଖପାଖର ଲୋକମାନେ ଭୟଭୀତ ହୋଇ ଉଚ୍ଚ ସ୍ୱରରେ ପାଟି କରନ୍ତି । ହାତୀ ବି ଛାଡିବା ଜନ୍ତୁ ନୁହେଁ ସେ ବି ଟ୍ରକକୁ ଜୋରରେ ପେଲିବାକୁ ଲାଗେ । ଯେମିତି ମନେ ହୁଏ କି ଟ୍ରକିଟି ଓଲଟିପଡିବ । ସମସ୍ତ ଲୋକ ଜୋରରେ ପାଟି କରି ଟ୍ରକରୁ ଡ୍ରାଇଭରକୁ ପଳାଇବାକୁ କୁହନ୍ତି । ତେବେ ଲୋକଙ୍କ ପାଟି ଶୁଣି ହାତୀଟି ସେଠାରୁ ପଳାଇଯାଏ । ମେ ୧୭ ତାରିଖରେ ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଯାହାକୁ ଏପର୍ଯ୍ୟନ୍ତ ୮୬୦୦ ରୁ ଅଧିକ ଥର ଦେଖାଯାଇଛି । ତେବେ ଏହି ଭିଡିଓରେ 800 ରୁ ଅଧିକ ଲାଇକ୍ ମଧ୍ୟ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.