Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଗବସ୍ ସିଜିନ୍ ୧୩ରେ ଡବଲ ଧମାକା, ପୁଣି ହେବ ୱାଇଲ୍ଡ କାର୍ଡ ଏଣ୍ଟ୍ରି

ମୁମ୍ବାଇ୧|୧୨: କଲର୍ସ ଚ୍ୟନାଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ବିଗବସ୍-୧୩’ ଅଧିକାଂଶ ସମୟ ବିବାଦରେ ଥାଏ।ବହୁ ପ୍ରତିକ୍ଷୀତ ଶୋ’ ବିଗ୍‌ବସ୍‌ରେ ସବୁବେଳେ ନୂଆ ନୂଆ ମୋଡ ଦେଖିବାକୁ ମିଳେ।ଏଥିପାଇଁ ଶୋ’ର ଟିଆରପି ଦିନକୁ ଦିନ ବଢୁଥାଏ। ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଶୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇସାରିଥିଲା।

ହେଲେ ଏବେ ଖବର ଅନୁସାରେ ଶୋ’ରେ ପୁଣି ଥରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବ। ଟିଆରପିକୁ ବଢ଼ାଇବା ପାଇଁ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣି ଥରେ ୩ଜଣ ପ୍ରତିଯୋଗୀ ବିଗ୍ ବସ ଘରକୁ ପ୍ରବେଶ କରିବ‌େ ବୋଲି ଚର୍ଚ୍ଚା ହେଉଛି।ସେମାନଙ୍କ ମଧ୍ୟରୁ ୨ଜଣ କିଛି ଦିନ ତଳେ କମ ଭୋଟ ମିଳିବାଥିବାରୁ ଘରୁ ଏଲିମିନେଟ୍‌ ହୋଇଥିଲେ।ସେମାନେ ହେଉଛନ୍ତି ସେଫାଲି ବଗ୍ଗା ଓ ଅରହାନ ଖାନ୍। ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ ଉଭୟ ଶୋ’ରୁ ବାହାରିଯାଇଥିଲେ।

ତେବେ ପୁଣି ଥରେ ଉଭୟ ଘରେ ପ୍ରବେଶ କରିପାରନ୍ତି। ଏହା ବ୍ୟତୀତ ୩ ନମ୍ବର ୱାଇଲ୍ଡ କାର୍ଡ ପ୍ରତୀଯୋଗୀ ହେଉଛନ୍ତି ମଧୁରିମା ତୁଲୀ। ଶୋ’ରେ ଥିବା ପ୍ରତିଯୋଗୀ ବିଶାଲଙ୍କ ପୂର୍ବ ପ୍ରେମିକା ହେଉଛନ୍ତି ମଧୁରିମା ତୁଲୀ। ବିଶାଲ ଆଦିତ୍ୟ ସିଂହ ଓ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲୀ ନଚ୍ ବଲିଏରେ ଏକା ସହ ନଜର ଆସିଥିଲେ।ଏମାନଙ୍କ ପ୍ରବେଶ ହେବା ପରେ ଘରର ମାହୋଲ ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଓ ପୂରା ଖେଳ ଓଲଟିଯିବ ବୋଲି ଦର୍ଶକ କହୁଛନ୍ତି।

225 Views

   ସମ୍ବନ୍ଧିତ ଖବର