ବାରହା ମାଂସ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 02, 2021 IST

କଳାହାଣ୍ଡି ୨।୬: ବାରହା ମାଂସ ଜବତ ସହ ୨ ଅଭିଯୁକ୍ତ ଗିରଫ । ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଅଞ୍ଚଳର ଦୁଇ ଜଣ ଯୁବକ ମିନ ମାଝୀ ଓ ବନମାଳୀ ପୁଝାରୀ ଏକ ମୋଟରସାଇକେଲରେ ବାରହା ମାଂସ ନେଇ ଯାଉଥିବା ବେଳେ ବନବିଭାଗ ଦ୍ବାରା ଧରାପଡ଼ିଛନ୍ତି । ଜବତ ମାଂସର ଓଜନ ୩ କେ.ଜି.ରୁ ଅଧିକ ହେବ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜଙ୍ଗଲ ବିଭାଗ ଦ୍ବାରା ଦୁଇ ଜଣ ବ୍ୟକ୍ତିଙ୍କୁ ବାରହା ମାଂସ ସହ ଗିରଫ କରାଯାଇଛି । ଆମପାଣି ଜଙ୍ଗଲ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ଅଞ୍ଚଳର ଦୁଇ ଜଣ ଯୁବକ ମିନ ମାଝୀ ଓ ବନମାଳୀ ପୁଝାରିଙ୍କୁ ବାରହା ମାଂସ ନେଇ ଏକ ବାଇକରେ ଯାଉଥିବା ସମୟରେ ଆମପାଣି ଗାଁ ନିକଟରେ ଧରିଥିଲେ । ତାଙ୍କ ବ୍ୟାଗରୁ ପାଖାପାଖି ୩ କେ.ଜି. ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.