ଧରାପଡିଲା ଜଙ୍ଗଲୀ ବାର୍‌ହା, ରବିବାରଠାରୁ ପୁରୀ ସହରରେ ଖେଳାଇଥିଲା ଆତଙ୍କ

Published By : Prameya-News7 Bureau | December 07, 2020 IST

ପୁରୀ ୭।୧୨: ପୁରୀ ସହରରେ ଆତଙ୍କ ଖେଳାଇଥିବା ବାରହାକୁ ଧରିଲା ବନ ବିଭାଗ । ରବିବାରଠାରୁ ଲୋକନାଥ ରୋଡ୍ ଛପନ ଛକଠାରେ ଥିବା ଏକ ଡ୍ରେନ୍ ଭିତରୁ ବାରହାକୁ ଉଦ୍ଧାର କରିଛି ବନ ବିଭାଗ।

{"id":373825,"sizeSlug":"large"}

ସୋମବାର ଭୋର ୫ଟା ସମୟରେ ବାରହାଟି ଲୋକନାଥ ରୋଡ୍ ଦେଇ ଆସୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଭୟଭୀତ ହୋଇଥିଲେ। ଏନେଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପହଞ୍ଚିବା ପରେ ପ୍ରାୟ ଅଢେଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡ୍ରେନ୍ ଭିତରୁ ବାରହାକୁ ଉଦ୍ଧାର କରିଥିଲେ। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଜମିଥିଲା।

{"id":373826,"sizeSlug":"large"}

ରବିବାର ଭୋର ୪ଟା ସମୟରେ ସ୍ବର୍ଗଦ୍ବାର ଅଞ୍ଚଳରେ ବାରହା ଆକ୍ରମଣରେ ୬ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପ୍ରଥମେ ନ୍ୟୁଜ୍ ୭ରେ ଖବର ପ୍ରସାରଣ ହେବା ପରେ ପୁରୀ ସହରବାସୀ ବାରହା ଆକ୍ରମଣରୁ ବର୍ତ୍ତିବା ପାଇଁ ସତର୍କ ହୋଇଥିଲେ। ଅନ୍ୟପଟେ ଗୋଟିଏ ନୁହେଁ ପୁରୀ ସହର ଭିତରେ ଆହୁରି ୪ଟି ବାରହା ବୁଲୁଥିବାର ଦେଖିଥିବା କହିଛନ୍ତି ସ୍ଥାନୀୟ ଲୋକେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.