Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପରିତ୍ୟକ୍ତ କୂଅରୁ ୨ଟି ବାରହା ଛୁଆ ଉଦ୍ଧାର, ଚିକିତ୍ସା ପରେ ଛଡାଗଲା ଜଙ୍ଗଲରେ

5/07/2021 at 12:14 PM

ଖଲ୍ଲିକୋଟ ୫।୭: ପରିତ୍ୟକ୍ତ କୂଅ ଭିତରୁ ଦୁଇଟି ବାରହା ଛୁଆ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମା’ ନାରାୟଣୀ ରାସ୍ତାରେ ଥିବା ବଧି ଓଡିଆରପି କଲୋନୀ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡିଆରପି କଲୋନୀ ନିକଟରେ ଜଣେ ବ୍ୟକ୍ତି ମଇଁଷି ଚରାଉଥିବା ବେଳେ ନିକଟରେ ଥିବା ପରିତ୍ୟକ୍ତ କୂଅ ଭିତରୁ କିଛି ଶଦ୍ଦ ଶୁଣିବାକୁ ପାଇଥିଲେ ।  ଶଦ୍ଦ ଶୁଣି ବ୍ୟକ୍ତି ଜଣଙ୍କ କୂଅ ଭିତରେ ଦୁଇ ବାରହା ଛୁଆ ପଡ଼ିଥିବା ଦେଖିବାକୁ ପାଇଥିଲେ । ବ୍ୟକ୍ତି ଜଣଙ୍କ ତୁରନ୍ତ ବନ କର୍ମଚାରୀ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ।

ଖବର ପାଇ ବନ କର୍ମଚାରୀ ସୁବ୍ରତ କୁମାର ସେଠୀ, ସୁମିତ କୁମାର ବେହେରା ଓ ଅଗ୍ନିଶମ ବାହିନୀ ଉକ୍ତ ସ୍ଥାନରେ ପହଞ୍ଚି ପରିତ୍ୟକ୍ତ କୂଅ ଭିତରୁ ଦୁଇଟି ବାରହା ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।  ପରେ ଦୁଇଟି ବାରହା ଛୁଆକୁ ଚିକିତ୍ସା କରି ଜଙ୍ଗଲରେ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି ।

   Related Posts