ଜଙ୍ଗଲି ବାର୍‌ହା ପାଇଁ ଚିନ୍ତାରେ ବାଙ୍କି ଚାଷୀ , କ୍ଷତି ପାଇଁ ଦାବି କଲେ ସହାୟତା

Published By : Prameya-News7 Bureau | January 24, 2020 IST

ବାଙ୍କି ୨୪।୦୧:  ଜଙ୍ଗଲି ବାର୍‌ହା ଉପଦ୍ରବ ନେଇ ଚିନ୍ତାରେ ବାଙ୍କୀ ଅଞ୍ଚଳର ଚାଷୀ । ବାଙ୍କୀ ଉପଖଣ୍ଡରେଥିବା ଡ଼ମପଡା-ଚନ୍ଦକା ଅଭୟାରଣ୍ୟରେ ବିଳମ୍ବିତ ରାତିରେ  ପାଥପୁର କୁସୁପଙ୍ଗି, ଘାସିପୁଟ ଆଦି ଚାଷଜମି ଓ ଜଙ୍ଗଲ ନିକଟରେ ଥିବା କ୍ଷେତ ବାଡିରେ ପଶି ନଷ୍ଟ କରିବା ସହ  ପନିପରିବା ଫସଲରେ ନଷ୍ଟ କରିଦେଇଛନ୍ତି । ବନବିଭାଗ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ପ୍ରଭାବ ପଡୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ବାର୍‌ହାଙ୍କୁ ଘଉଡାଇବା ସହ ଉଚିତ ପଦକ୍ଷେପ ନଇ ତୁରନ୍ତ ଚାଷୀଙ୍କ ସରକାରୀ ସହାୟତା ଦେବାକୁ ମଧ୍ୟ ଦାବି ହୋଇଛି ।

{"id":215354,"sizeSlug":"large"}

ବାତ୍ୟାବନ୍ୟା ପରେ ଚାଷୀ ଜମିରେ ରୋଗପୋକ ଲାଗୁଛି । ଏବେ ପୁଣି ବରାହ ଉପଦ୍ରବ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ଧାରକରଜ କରି ଚାଷୀ ନିଜ  ଜମିରେ ଚାଷ  ଶୀତଦିନିଆ ପନିପରିବା ଫସଲରେ କରିଛନ୍ତି । କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ  ବାର୍‌ହା  ଚାଷ ଜମିରେ ପଶି  ପନିପରିବା ନଷ୍ଟକରିଥିବା  ଚାଷୀମାନେ ଅଭିଯୋଗ କରିଛନ୍ତି । ରାତିରେ ଚାଷୀ ଜମିକୁ ଏକୁଟିଆ ଯିବା ପାଇଁ ଭୟ କରୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଉଠାଯାଉନାହିଁ । ଏହାର ଫାଇଦା ନେଇ ବାର୍‌ହାମାନେ ଶହ ଶହ ହେକ୍ଟର ଚାଷଜମିକୁ ନଷ୍ଟ କରିଦେଇଛନ୍ତି । ଏବଂ ଚାଷ ହୋଇଥିବା ପନିପରିବାକୁ ନଷ୍ଟ ମଧ୍ୟ କରିଦେଇଛନ୍ତି । ତେବେ ବାର୍‌ହାଙ୍କ ଉପଦ୍ରବରେ ସ୍ଥାନୀୟ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି ।

{"id":215355,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.