ବିଲକୁ ଯାଇଥିବା ବେଳେ ଆକ୍ରମଣ କଲା ବାରହା, ୪ ଆହତ

Published By : Prameya-News7 Bureau | July 27, 2021 IST

ଆଠଗଡ,୨୭/୦୭:  କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପଶୁ ଏବଂ ମଣିଷଙ୍କ ମଧ୍ୟରେ ଲଢେଇ । ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।  ହାତୀ  ଏବଂ ବାରହା ଆଦି ଗ୍ରାମ ଭିତରକୁ ପଶି ଆସୁଥିଲେ ମଧ୍ୟ ବନ ବିଭାଗ କୌଣସି ସୂଚନା ଦେଉନାହିଁ । ଯାହା ଫଳରେ ତିଗିରିଆ ଅଞ୍ଚଳରେ ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଛନ୍ତି ।

 ସୂଚନାନୁସାରେ, କୌଣସି ବନ୍ୟଜନ୍ତୁ ଗାଁ ମଧ୍ୟକୁ ପଶି ଆସିଲେ ବି ଗ୍ରାମବାସୀଙ୍କୁ  ବନ ବିଭାଗ ସୂଚନା ଦେଉନାହିଁ  । ସେହିପରି ମଙ୍ଗଳବାର ତିଗିରିଆ ବ୍ଲକ ସୁଣ୍ଠିପାଳ ଗ୍ରାମର ୪  ଜଣ ଚାଷୀଙ୍କୁ ବାରାହା ଆକ୍ରମଣ କରି ଗୁରୁତର କରିଥିବା ଅଭିଯୋଗ ହୋଇଛି।  ବିଲକୁ ଚାଷ କାମ କରିବାକୁ ଜାଇଥିବା ବେଳେ ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ତିନି ଜଣ ବିନ୍ଧାଣମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଗ୍ରାମବାସୀ ଏଥିପାଇଁ ବନ ବିଭାଗକୁ ଦାୟୀ କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.