ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଏବଂ ବାଲିଅନ୍ତାରେ ପୁଣି ଜଙ୍ଗଲୀ ଜନ୍ତୁ ଆତଙ୍କ

29/08/2018 at 10:15 PM

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଏବଂ ବାଲିଅନ୍ତାରେ ଜଙ୍ଗଲି ଜନ୍ତ୍ରୁ ଆତଙ୍କ ଦେଖିବାକୁ ମିଳିଛି । ବାଲିପାଟଣା ପୁବାଗଡ ଗ୍ରାଗରେ ଅଜଣା ଜଙ୍ଗଲି ଜନ୍ତ୍ରୁ ଛେଳି ମାରୁଥିବା ନେଇ ଅଭିଯୋଗ ଆସିଛି । ଜଙ୍ଗଲି ଯନ୍ତ୍ରୁ ଭୟରେ ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । ସେପଟେ ବାଲିଅନ୍ତା ଫିରିଫିରା ଗ୍ରାମରେ ଅଜଣା ଜନ୍ତୁ ଆଖୁଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୨୦ ଏକରରୁ ଅଧତ୍କ ଆଖୁଚାଷ ନଷ୍ଟ କରିସାରିଲେଣି ଏହି ଅଜଣା ଜନ୍ତୁ । ଅମଳ ସମୟରେ ଏଭଳି କ୍ଷତିରେ ଆଖୁଚଷୀ ହତାସ୍ ହୋଇପଡିଲେଣି । ଲୋନ କରି ଚାଷ କରିଥିବା ଆଖୁଚଷୀ ଏବେ ହତାସ । ଜଙ୍ଗଲି ବାରାହା ଏପରି କରୁଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଜଙ୍ଗଲି ଘୁଷୁରୀ ବୋଲି ବନବିଭାଗ ସନ୍ଦେହ କରୁଛି । ଉଭୟ ଘଟଣାରେ କ୍ଷତି ସହୁଛି ଚଷୀ ।
ଅଜଣା ଜନ୍ତ୍ରୁ ଛେଳି ମାନଙ୍କୁ ଆକ୍ରମଣ କରି ମାରିଦେଉଛି । ୧୫ ଦିନ ଭିତରେ ୫ ଛେଳି ମାରିବା ସହ ୮ ରୁ ଅଧତ୍କ ଛେଳି ଆହତ ହୋଇଛନ୍ତି । ବୁଦା ଅଂଚଳରେ ଲୁଚି ରହୁଛି ଏହି ଯନ୍ତ୍ରୁ । ସୁଯୋଗ ଦେଖତ୍ ଛେଳିକୁ ଆକ୍ରମଣ କରୁଛି ଜନ୍ତୁ । ଏପରି ଘଟଣାରେ ଛେଳି ଚଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ଅଫିସର କହୁଛନ୍ତି ଜନ୍ତୁ ଚିହ୍ନଟ ହେଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
ଉଭୟ ଘଟଣାରେ ଚଷୀର କ୍ଷତି ହେଉଛି । ବନବିଭାଗ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ଜଙ୍ଗଲି ଜନ୍ତୁକୁ କାବୁ କରିବା ଆବଶ୍ୟକ ହୋଇପଡିଛ ।

   Related Posts