'ଡାଟା ପ୍ରୋଟେକ୍ସନ ବିଲ-୨୦୧୯'କୁ ନେଇ wikiର ଆପତ୍ତି, ଭାରତ ସରକାରଙ୍କୁ ଲେଖିଲା ଚିଠି

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ ୩୦।୧୨:  ଭାରତରେ କାର୍ଯ୍ୟ କରୁଥିବା ୱେବ୍‌ସାଇଟ୍‌ମାନଙ୍କ ଲାଗି କେନ୍ଦ୍ରର ମୋଦି ସରକାର କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଇନଫର୍ମେସନ ଦେଉଥିବା ୱେବ୍‌ସାଇଟ୍ 'ୱିକିପିଡିଆ' ଏବେ ଏହି ନିୟମକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଥିବା ଜଣାପଡିଛି। ୱିକିପିଡିଆ ଚିଠିରେ କେନ୍ଦ୍ରସରକାରଙ୍କ ନିୟମ ଲାଗୁ ହେଲେ ତାଙ୍କର ସିଷ୍ଟମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସୂଚିତ କରିଛନ୍ତି।   

ୱିକିପିଡିଆ ଚଳାଉଥିବା 'ୱିକିମିଡିଆ ଫାଉଣ୍ଡେସନ' ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ 'ଭାରତ ସରକାର ଲାଇବେଲିଟି ନିୟମରେ ଯେଉଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ତାହାହିଁ ଚିନ୍ତାର ବିଷୟ। ଏହା ଦ୍ୱାରା ୟୁଜର ବେସ୍‌ଡ ୱେବସାଇଟ୍‌ଗୁଡିକୁ ନିୟନ୍ତ୍ରଣ କରିବା ସରକାରଙ୍କ ଅସଲ ଉଦ୍ଦେଶ୍ୟ। ହେଲେ ଏଥିଯୋଗୁ 'କଣ୍ଟେଣ୍ଟ' ପ୍ରଭାବିତ ହେବ'।

ନିୟମରେ ଏପରି ପରିବର୍ତ୍ତନ ସିଧାଶଳଖ ୱିକିପିଡିଆକୁ ପ୍ରଭାବିତ କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। କାରଣ ଆମର ମଡେଲ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଓ ଆମେ ଇଣ୍ଟରନେଟ୍‌ରେ 'ଫ୍ରି ଏକ୍ସପ୍ରେସନ'ର ନିୟମ ପାଳନ କରୁ। ଏଣୁ ୟୁଜର ହିଁ ଆମ ଲାଗି କଣ୍ଟେଣ୍ଟ ପ୍ରସ୍ତୁତ କରୁଛନ୍ତି। ଏଥିରେ ଯଦି ୟୁଜରଙ୍କ କଣ୍ଟେଣ୍ଟ ଉପରେ ରୋକ ଲଗାଇ ଦିଆଯିବ ତେବେ ଆମର ଏହି ମଡେଲ ଗୁରୁତର ଭାବେ ପ୍ରଭାବିତ ହେବ।  

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ଏବି ବିଧେୟକର ଅସଲ ଉଦ୍ଦେଶ୍ୟ ଡାଟା ଚୋରିକୁ ରୋକିବା ଓ ସୋସିଆଲ ମିଡିଆ ସାଇଟ୍ ସମେତ ଅନେକ କମ୍ପାନୀଙ୍କ ୱେବ୍‌ସାଇଟ୍‌ ଉପରେ କଟକଣା ଲଗାଇବା। ବିଧେୟକ ଜରିଆରେ ସରକାରଙ୍କୁ ଯୋଜନା ଲାଗି ଯେ କୌଣସି କମ୍ପାନୀଙ୍କ ସାର୍ବଜନିକ ଡାଟା ଲାଗି ଅନୁରୋଧ କରିବାର ଅନୁମତି ମିଳିବ। ତେବେ ଏଥିଲାଗି ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ସେମାନଙ୍କ ଭେରିଫିକେସନ ପ୍ରକ୍ରିୟା ବିକଶିତ କରିବାକୁ ହେବ ଯାହା ୟୁଜରଙ୍କ ଲାଗି ସମ୍ପୂର୍ଣ୍ଣ ଇଛାଧିନ ରହିବ। ତେବେ ଏହା ଦ୍ୱାରା ନିଜର ପରିଚୟ ଗୋପନ ରଖି ସୋସିଆଲ ମିଡିଆ ଉପଯୋଗର ସମ୍ଭାବନା ହ୍ରାସ ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.