ଖୁବ୍‌ଶୀଘ୍ର ସାରା ରାଜଧାନୀରେ ମିଳିବ ମାଗଣା ୱାଇ ଫାଇ ସୁବିଧା

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର ୭|୭:  ଖୁବଶୀଘ୍ର ସାରା ରାଜଧାନୀରେ ମିଳିବ ମାଗଣା ୱାଇ ଫାଇ ସୁବିଧା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚ୍ଚିବ ଦୁର୍ଗା ଶଙ୍କର ମିଶ୍ର । ରାଜଧାନୀରେ ବିଭିନ୍ନ୍ ସ୍ଥାନରେ ପାଖାପାଖି ୫୦୦ ଶହ ୱାଇଫାଇ ହଟସ୍ପଟ ବସିବ ।   ରାଜଧାନୀବାସୀଙ୍କୁ ହାଇ ଟୁଏମ ବିପିଏସ, ହାଇ ସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚ୍ଚିବ । ସଚ୍ଚିବଙ୍କ ଏହି ଟୁଇଟ୍ ପରେ ୱାଇଫାଇ ସେବା ଖୁବଶୀଘ୍ର ରାଜଧାନୀରେ ମିଳିବ ବୋଲି ଆଶା କରିଛନ୍ତି ରାଜଧାନୀବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.