ମନ୍ଦିରରୁ ଫେରୁଥିଲେ ସ୍ୱାମୀ: ବଏଫ୍ରେଣ୍ଡ୍ ସହ ବାଟରେ ଦେଖାହେଲା ସ୍ତ୍ରୀ, ହଠାତ ପିସ୍ତଲ ବାହାର କରି ଗୁଳି କରିଥିଲା ବଏଫ୍ରେଣ୍ଡ୍

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ ୦୩/୦୯ : ରାଜୌରି ଗାର୍ଡେନ ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ଘଟଣା କୌଣସି ଟିଭି ସିରିଏଲ କିମ୍ବା ଫିଲ୍ମ ଠାରୁ କମ ନୁହେଁ | ରଘୁବର ନଗରରେ ରହୁଥିବା ଶ୍ୟାମ ବାବୁ ସେପ୍ଟେମ୍ବର ୧ ତାରିଖରେ ମନ୍ଦିରରୁ ଫେରିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା | ଶ୍ୟାମ ବାବୁଙ୍କ ମା ପୋଲିସକୁ ଏନେଇ ସୂଚନା ଦେଇଥିଲେ | ଶ୍ୟାମ ବାବୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ବାବୁ ବର୍ତମାନ ସୁସ୍ଥ ଅଛନ୍ତି | ତେବେ ଘଟଣା ପଛର କାହାଣୀ ଭିନ୍ନ ପ୍ରକାର | ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ଶ୍ୟାମ ବାବୁଙ୍କ ସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ପୋଲିସ ହେପାଜତକୁ ନେଇଛି |

ସେପ୍ଟେମ୍ବର ୧ ତାରିଖରେ ଶ୍ୟାମ ବାବୁ ମନ୍ଦିରରୁ ଘରକୁ ଫେରୁଥିଲେ | ଫେରୁଥିବା ସମୟରେ ବାଟରେ ତାଙ୍କ ସ୍ତ୍ରୀ ଦେଖା ହେଇଥିଲେ | ସ୍ତ୍ରୀଙ୍କ ସହ ଶ୍ୟାମ ବାବୁଙ୍କ ବନ୍ଧୁ ମନୋଜ ମଧ୍ୟ ଥିଲେ | ସ୍ୱାମୀକୁ ଦେଖି ତାଙ୍କ ସ୍ତ୍ରୀ ବହୁତ ଗାଳିଗୁଲଜ କରିଥିଲେ | ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଏତିକିବେଳେ ମନୋଜ ପିସ୍ତଲ ବାହାର କରି ସ୍ତ୍ରୀ ସାମ୍ନାରେ ହିଁ ଶ୍ୟାମ ବାବୁକୁ ଗୁଳି କରିଥିଲେ | ମନୋଜ ଦୁଇଟି ଗୁଳି ଚଳାଇଥିଲେ ଯେଉଁଥିରୁ ଗୋଟିଏ ଶ୍ୟାମ ବାବୁଙ୍କୁ ଲାଗିଥିଲା | ସୂଚନା ପାଇ ବାବୁଙ୍କ ମା ଘଟଣାସ୍ଥଳରେ ପହଞ୍ଚିଥିଲେ | ପୋଲିସ ପିସିଆରକୁ ମଧ୍ୟ ସୂଚନା ଦିଆଯାଇଥିଲା |

ସ୍ତ୍ରୀ ପୋଲିସକୁ କହିଛନ୍ତି ଯେ ଶ୍ୟାମ ବାବୁ ସବୁବେଳେ ତାଙ୍କୁ ଗାଳିଗୁଲଜ କରନ୍ତି | ତାଙ୍କ ବନ୍ଧୁ ମନୋଜ ସହ ସ୍ତ୍ରୀଙ୍କ ସମ୍ବନ୍ଧ ଥିବା ଶ୍ୟାମ ବାବୁ ସନ୍ଦେହ କରୁଥିଲେ | ସେଥିପାଇଁ ସେ ମନୋଜକୁ କହି ନିଜ ସ୍ୱାମୀ ଉପରକୁ ଗୁଳି ଚଳାଇଥିଲେ ବୋଲି କହିଛନ୍ତି | କିନ୍ତୁ ଶ୍ୟାମଙ୍କ ମା ବୟାନ ଦେଇଛନ୍ତି ଯେ ତାଙ୍କ ବୋହୁର ମନୋଜ ସହ ଅନୈତିକ ସମ୍ପର୍କ ଅଛି | ତାଙ୍କ ବିରୋଧ କରୁଥିବାରୁ ଘରେ ସବୁବେଳେ କଳହ ଲାଗି ରହୁଥିଲା |

ଶ୍ୟାମ ବାବାଙ୍କ ମା' ଠାରୁ ସୂଚନା ପାଇବା ପରେ ପୋଲିସ ଆଲର୍ଟ ହୋଇଯାଇଥିଲା | ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡିଥିଲା | ୩ ଘଣ୍ଟାର ଅପରେସନ ପରେ ଶ୍ୟାମ ବାବୁଙ୍କ ସ୍ତ୍ରୀ ଓ ମନୋଜକୁ ରଘୁବର ନଗର ଅଞ୍ଚଳରୁ ଗିରଫ କରିଥିଲା | ହତ୍ୟା ଉଦ୍ୟମ ଅଭିଯୋଗରେ ଆଇପିସି ଧାରା ୩୦୭ ଅନୁଯାୟୀ ଉଭୟଙ୍କୁ ପୋଲିସ ଗିରଫ କରିଛି | ମନୋଜ ପାଖରୁ ଦୁଇଟି ପିସ୍ତଲ ଜବତ କରିଛି ପୋଲିସ | ଶ୍ୟାମ ବାବୁଙ୍କ ସ୍ତ୍ରୀ ଠାରୁ ଦୁଇଟି ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି | ପୋଲିସ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.