ସ୍ତ୍ରୀକୁ ଜିତାଇବା ପାଇଁ ବହୁ ପରିଶ୍ରମ କରିଥିଲା ସ୍ବାମୀ, ଜିତିବା ପୂର୍ବରୁ ଜୀବନ ଛଡ଼ାଇ ନେଲା କରୋନା

Published By : Prameya-News7 Bureau | May 03, 2021 IST

ଲକ୍ଷ୍ନୌ ୩/୫: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟ ବୁଦ୍ଧିପାଉଛି। କରୋନା ପାଇଁ ବହୁ ପରିବାର ଏବେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। କାହାକୁ ଅନାଥ କରୁଛି ତ କାହା ପାଖରୁ ମମତାମୟୀ ମାକୁ ଛଡ଼ାଇ ନେଉଛି ଏବଂ ପୁଣି କାହାକୁ ବିଧବା କରୁଛି କରୋନା।ସ୍ତ୍ରୀକୁ ନିର୍ବଚନରେ ଜିତାଇବା ପାଇଁ ବହୁ ପରିଶ୍ରମ କରିଥିଲା ସ୍ବାମୀ। ସ୍ତ୍ରୀ ଜିତିଲା ସତ କିନ୍ତୁ ଉତ୍ସବ ମନାଇବାକୁ ନଥିଲା ସ୍ବାମୀ। ସ୍ତ୍ରୀ ଜିତିବା ପୂର୍ବରୁ କରୋନରେ ପ୍ରାଣ ହରାଇଲା ସ୍ବାମୀ।

ଉତ୍ତରପ୍ରଦେଶର ଜୌନପୁର ଜିଳ୍ଲା କେରାକତ ତହସିଲ ଅନ୍ତର୍ଗତ ଭୌରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମହିଳା ପ୍ରାର୍ଥୀ ଭାବେ ଜ୍ଞାତୀ ସିଂହ ମୈଦାନକୁ ଓହ୍ଲାଇଥିଲେ। ସ୍ବାମୀ ରାକେଶ ସିଂହ ସ୍ତ୍ରୀଙ୍କୁ ଜିତାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ସେହି ସମୟରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ଏବଂ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ବାରଣାସୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କେରାକତର ବାବା ଘାଟରେ କରିଥିଲେ। ରାତି ପାହିବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଗଣନା ହୋଇଥିଲା। ନିର୍ବଚନରେ ଜ୍ଞାତୀ ସିଂହ ୭୭୦ ଭୋଟ ସହ ନିଜର ପ୍ରତିଦ୍ବନ୍ଦୀ ଅନ୍ନପୂର୍ଣ୍ଣା ସିଂହକୁ ୪୬୭ ଭୋଟରେ ହରାଇ ଦେଇଥିଲେ। କିନ୍ତୁ ବିଜୟର ଖୁସି ମନାଇପାରିନାହାନ୍ତି ଜ୍ଞାତୀ। ଦୁଃଖର ପରିବେଶରେ ଗାଁ ଲୋକେ, ପରିବାର ଲୋକ ଏବଂ ମୃତ ରାକେଶଙ୍କ ସ୍ତ୍ରୀ ବିଜୟ ସ୍ବୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.