ସ୍ୱାମୀ ସାବଧାନ ! ସ୍ତ୍ରୀଙ୍କୁ ନିଜ ରୋଜଗାରର ପୁରା ତଥ୍ୟ ଦେବାକୁ ବାଧ୍ୟ, ଆରଟିଆଇ ଜରିଆରେ ଆବେଦନ ଆସିଲେ କହିପାରିବେନି ମିଛ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ, ୨୦/୧୧:  ଏବେ ସ୍ତ୍ରୀ ଜାଣିପାରିବେ ସ୍ୱାମୀଙ୍କ ଦରମା । ଆରଟିଆଇ ଜରିଆରେ ମିଳିପାରିବ ତଥ୍ୟ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସୂଚନା ଆୟାଗ । ପତ୍ନୀ ସୂଚନା ଅଧିକାର ଆଇନ ଆଦାରରେ ନିଜ ପତିଙ୍କ ଆୟ ବାବଦରେ ଜାଣିପାରିବେ ବୋଲି ଆୟୋଗ କହିଛନ୍ତି ।

ଦି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଯୋଧପୁରରେ ରହୁଥିବା ରହମତ ବାନୋ ନିଜ ପତିଙ୍କ ଆୟ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ଆୟକର ବିଭାଗ ରହମତଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରେ ସିଆଇସି ଆୟକର ବିଭାଗକୁ ୧୫ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆବେଦନ ଆରଟିଆଇ ଅଧିନରେ ଆସୁନଥିବା ଆୟକର ବିଭାଗର ଦଲିଲକୁ ମଧ୍ୟ ସୂଚନା ଅଧିକାର ଆୟୋଗ ଖାରଜ କରିଦେଇଛନ୍ତି ।

ଆୟକର ବିଭାଗ କହିଥିଲା ଯେ, କୌଣସି ତୃୀତୟ ପକ୍ଷ ଏପରି ଆବେଦନ କରିବା ଅନୁଚିତ । କେନ୍ଦ୍ରୀୟ ସୂଚନା ଆୟୋଗ ନିଜ ଆଦେଶରେ କହିଥିଲେ ଯେ, ଆବେଦନକାରୀଙ୍କୁ ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦିଆଯାଉ । ଏହାସହ ମହିଳାମାନଙ୍କର ନିଜ ପତିଙ୍କ ଆୟ ଉପରେ ଜାଣିବାର ଅଧିକାର ରହିଛି ବୋଲି ମଧ୍ୟ ଆୟୋଗ କହିଛନ୍ତି । ଆରଟିଆଇ ନିୟମ ଆଧାରରେ ଏହି ତଥ୍ୟ ଦିଆଯାଇଥିବା ଆୟୋଗ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.