ପୁଅ ପାଇଁ ବୃଦ୍ଧଙ୍କ ଯୁବତୀ ସ୍ତ୍ରୀ: ୬୦ ବର୍ଷର ସ୍ବାମୀଙ୍କୁ ୩୫ ବର୍ଷୀୟାଙ୍କ ସହ ବାହା ଦେଲେ ପ୍ରଥମ ପତ୍ନୀ

Published By : Prameya-News7 Bureau | December 20, 2019 IST

ନୂଆଦିଲ୍ଲୀ୨୦/୧୨: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁତ୍ର ସନ୍ତାନ ଆଶାରେ ପ୍ରଥମ ପତ୍ନୀଙ୍କ କଥାରେ ୬୦ ବର୍ଷ ବୟସ୍କ ସ୍ବାମୀ ବିବାହ କଲେ ୩୫ ବର୍ଷ ବୟସ୍କା ମହିଳାଙ୍କୁ । ସ୍ବାମୀ ଲାଲମୋହନ ୩୦ ବର୍ଷ ବୟସରେ ସାରଳାଙ୍କୁ  ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କର ଦୁଇଟି କନ୍ୟା ସନ୍ତାନ। ଦୁଇ ଝିଅ ବଡ଼ ହୋଇସାରିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ବିବାହ କରିସାରିଛନ୍ତି।

ବିବାହକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ପ୍ରଥମ ପତ୍ନୀଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ନ ଥିଲା ତେଣୁ ବଂଶ ରକ୍ଷା ପାଇଁ ଗୋଟିଏ ପୁଅର ଆବଶ୍ୟକ ରହିଛି । ଏହି କଥା ଭାବି ସ୍ବାମୀ ଓ  ସ୍ତ୍ରୀ ଦୁହେଁ ମନଉଣା କରୁଥିଲେ। ତେଣୁ ଗୋଟିଏ ପୁତ୍ର ସନ୍ତାନ ପାଇଁ ସ୍ବାମୀ ଦ୍ବିତୀୟ ବିବାହ କରିଥିଲେ। ଚୌତି ମହତୋ ନାମକ ଜଣେ ମହିଳାଙ୍କୁ ଲାଲମୋହନ ଦ୍ବିତୀୟ ବିବାହ କରିଥିଲେ। ବିହାରର ମଧୁବନୀ ଜିଲ୍ଲାର ରାଜନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଏହି ବିବାହ ଉତ୍ସବ​‌ରେ ପ୍ରଥମ ପତ୍ନୀ ଓ ଦ୍ବିତୀୟ ପତ୍ନୀଙ୍କ ସଂପର୍କୀୟ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକେ ଏହି ବିବାହ ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ। ଏଭଳି ଘଟଣାକୁ ସ୍ଥାନୀୟ କିଛି ଲୋକ ନିନ୍ଦା ମଧ୍ୟ କରିଥିଲେ। ଏପରି କି ଘରେ ଗୋଟିଏ ବଢ଼ିଲା ଝିଅ ଥିବା ସତ୍ତ୍ବେ ୬୦ ବର୍ଷ ବୟସ୍କ ବୃଦ୍ଧ ବାପା କିପରି ଦ୍ବିତୀୟ ବିବାହ କଲେ ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.