ଝୁଲନ୍ତା ଅବସ୍ଥାରେ ସ୍ବାମୀଙ୍କ ଶବ ଉଦ୍ଧାର ହେବାପରେ ହତ୍ୟା ଅଭିଯୋଗ ଆଣିଥିଲେ ସ୍ତ୍ରୀ, ପୋଲିସ ରଖିଲାନି ଏତଲା ବୋଲି ପିଇଦେଲେ ବିଷ

Published By : Prameya-News7 Bureau | February 08, 2019 IST

ଯାଜପୁର୮|୨: କୋରାଇ ଥାନା ଅନ୍ତର୍ଗତ ତାହାରପୁର ପଂଚାୟତର ବେରୁଣୁପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ।  ନବଘନ ପରିଡାଙ୍କ ଘରୁ ମିଳିଛି ତାଙ୍କ ନିଜ ପୁଅର ଝୁଲନ୍ତା ଶବ । ମୃତକଙ୍କ ସ୍ତ୍ରୀ ଓ ତାଙ୍କ ବାପଘର ଲୋକ ଆଣିଥିଲେ ହତ୍ୟା ଅଭିଯୋଗ । ମୃତକଙ୍କ ସ୍ତ୍ରୀ ନିଜ ଶ୍ବଶୁର, ଦେଢଶୁର ଓ ଦିଅରଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । କିନ୍ତୁ ତାଙ୍କର ଅଭିଯୋଗ ଗ୍ରହଣ କଲା ନାହିଁ ପୋଲିସ । ଯାହା ଫଳରେ ମୃତକଙ୍କ ସ୍ତ୍ରୀ ମାନସିକ ଭାବରେ ଦୁର୍ବଳ ହୋଇ ବିଷ ଖାଇ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ।

{"id":83096}

କୋରାଇ ଥାନା ଅଂଚଳରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ରଞନ ପରିଡା ବୃତ୍ତିରେ ଡ୍ରାଇଭର ହୋଇଥିଲାବେଳେ ଗତକାଲି ବାପଭାଇଙ୍କ ସହ ପାରିବାରିକ କଳହରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚିଥିଲା କିନ୍ତୁ ମୃତକଙ୍କ ପତ୍ନୀଙ୍କ ଏତଲା ଗ୍ରହଣ ନ କରିବା ଯୋଗୁଁ ଶେଷରେ ନିରୁପାୟ ହୋଇ ସେ ବିଷ ଖାଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ତାଙ୍କୁ ଯାଜପୁର ରୋଡ ସି.ଏଚ.ସିକୁ ଅଣାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

{"id":83097}

ଗୋଟିଏ ପଟରେ ଗେହ୍ଲି ଶ୍ବଶୁର, ଦେଢଶୁର ଓ ଦିଅରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣୁଥିଲାବେଳେ ରଞନଙ୍କ ଭାଇ ପାରିବାରିକ ଝଗଡାକୁ ସ୍ବୀକାର କରୁଥିଲାବେଳେ ହତ୍ୟା କୁ ଅସ୍ବୀକାର କରିଛନ୍ତି । ଅନ୍ୟପଟରେ ବିଭିନ୍ନ ସାମାଜିକ କର୍ମି କୋରେଇ ପୋଲିସର ଏହିଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଯଦି ପୋଲିସ ଏତଲା ଗ୍ରହଣ ନକରେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାର ଚେତାବନୀ ଦେଇଛନ୍ତି ।

{"id":83098}

ହତ୍ୟା ହେଉ ବା ଆତ୍ମହତ୍ୟା ତାହା ତଦନ୍ତ କ୍ରମେ ସ୍ପଷ୍ଟ ହେବ, କିନ୍ତୁ କୋରେଇ ପୋଲିସ ମୃତକର ସ୍ତ୍ରୀଙ୍କ ଏତଲା ନ ରଖିବା ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ଅନ୍ୟପଟରେ ପୋଲିସର କୌଣସି ପ୍ରତିକ୍ରିୟା ଦେଇନାହିଁ ।

{"id":83099}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.