Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୪ ହଜାରରୁ ଅଧିକ କରୋନା ପଜିଟିଭ୍
  • ||
  • ପ୍ରଥମେ ନିଶା ଦେଉଥିଲେ, ପରେ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ : ୨ ଜଣଙ୍କୁ ଗିରଫ କଲା ଏନସିବି
  • ||
  • ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ
  • ||
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ବୋହୁକୁ ବାରଙ୍ଗନା କରିଦେଲେ ଶାଶୂଘର : ନା ମାନେ ନା

9/06/2018 at 9:39 AM

ଯମ ଯନ୍ତ୍ରଣାଠୁ ବଳି ଗଲା ଯନ୍ତ୍ରଣା | ବୋହୁ ହୋଇ ଶାଶୂଘର ଯାଇଥିବା ବେଳେ ଯୌନ ଦାସୀ ପାଲଟିଗଲା ନବବଧୂ | ସାଙ୍ଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ସ୍ଥିତ ଜଗନ୍ନାଥ ବିହାର ନିବାସୀ ନିରାକାର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଓ ତାଙ୍କ ପରିବାର ବିରୋଧରେ | ୮ ବର୍ଷ କାଳ ବନ୍ଦୀ ରଖି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ଓ ସ୍ୱାମୀ ଓ ଶାଶୂଘର ଲୋକେ | ପ୍ରଶାନ୍ତ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ବ୍ରହ୍ମପୁର ରାମନଗର ସ୍ଥିତ ପ୍ରମୋଦ ସାହୁଙ୍କ ଝିଅ ସ୍ୱପ୍ନା ସାହୁ | ବାହାଘର ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱର ଚାଲି ଆସିଥିଲେ ସ୍ୱପ୍ନା | ତାପରେ ଆରମ୍ଭ ହୋଇଥିଲା ତାଙ୍କ ଉପରେ ନିର୍ଯ୍ୟାତନା | ଶାଶୁ,ଶ୍ୱଶୁର,ଦିଅର,ନଣନ୍ଦ ମିଶି ମାଡ ମାରିବା ଆରମ୍ଭ କରିଦେଇଥିଲେ | ଅସଲ ରୂପ ଦେଖାଇଥିଲା ସ୍ୱାମୀ | ବିବାହ ଆଳରେ ଦେହ ବ୍ୟବସାୟରେ ଲଗାଇବାକୁ ସ୍ୱପ୍ନାଙ୍କ ସହ ପୁଅର ବାହାଘର କରିଥିବା କହିଥିଲେ ଶାଶୂଘର ଲୋକେ | ସ୍ୱାମୀ ଓ ଦିଅର ବାରମ୍ବାର ସ୍ୱପ୍ନାଙ୍କ ସହ ଦୁଷ୍କର୍ମ କରିଥିଲେ | ଏମିତିକି ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖିବାକୁ ସ୍ୱପ୍ନାଙ୍କୁ ବାଧ୍ୟ କରାଯାଉଥିଲା | ମୁହଁ ଖୋଲିଲେ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦଉଥିଲେ ଅଭିଯୁକ୍ତ | ୮ ବର୍ଷ କାଳ ନିର୍ଯ୍ୟାତନା ସହିବା ପରେ ସାହସ ଯୁଟାଇ ନିଜ ଘରକୁ ଫେରି ଆସିଥିଲେ ସ୍ୱପ୍ନା | ଏନେଇ ଅଭୁଯୁକ୍ତ ମାନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡିତା |

Leave a Reply

   Related Posts