Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ନିଃସ୍ବାର୍ଥ ପ୍ରେମ : ଦିବ୍ୟାଙ୍ଗ ସ୍ବାମୀଙ୍କୁ ନିଜ କାନ୍ଧରେ ବୋହି କାନପୁରରୁ ମୁମ୍ବାଇ ନେଇଗଲେ ମହିଳା

3/06/2020 at 12:56 PM

କାନପୁର ୩/୬: ଉତ୍ତର ପ୍ରଦେଶର କାନପୁର ସେଣ୍ଟ୍ରାଲ୍ ଷ୍ଟେସନରେ ମଙ୍ଗଳବାର  ସ୍ବାମୀ-ସ୍ତ୍ରୀଙ୍କର ନିଃସ୍ବାର୍ଥ ପ୍ରେମ ଏବଂ ଶ୍ରଦ୍ଧା ଦେଖିବାକୁ ମିଳିଛି। ଉଦୁଉଦିଆ ଖରାରେ ପିଠିରେ ନିଜ ସ୍ବାମୀଙ୍କୁ ଲଦି ମହିଳା ଯେତେବେଳେ କାନପୁର ସେଣ୍ଟ୍ରାଲ୍ ପହଞ୍ଚିଥିଲେ ସେତେବେଳେ ଗୋଟିଏ ମୁହୂର୍ତ୍ତ ପାଇଁ ସମସ୍ତେ ସେମାନଙ୍କୁ ଚାହିଁ ରହିଥିଲେ।

ସେଣ୍ଟ୍ରାଲ୍ ଷ୍ଟେସନରେ କିଛି ସମୟ ପରେ ମଧ୍ୟ ଯେତେବେଳେ ସ୍ବାମୀଙ୍କୁ ନେଇ ଯିବା ପାଇଁ କିଛି ବାହନ ଦେଖାଯାଇନଥିଲା ସେତେବେଳେ ମହିଳା ନିଜ ପତ୍ନୀ ଧର୍ମ ଲିଭାଇଥିଲେ। ସ୍ବାମୀ ଚାଲିପାରୁନଥିଲେ ତେଣୁ ମହିଳା ତାଙ୍କୁ ନିଜ ପିଠିରେ ଲଦି ପ୍ଲାଟଫର୍ମ ଯାଏଁ ନେଇ ଯାଇଥିଲେ।

 କେସ୍କୋରେ ବିଦ୍ୟୁତ୍ ଠିକାଦାର ନିକଟ​‌ରେ କାମ କରୁଥିବା ଶ୍ରମିକ ଦୀପକଙ୍କ ପାଇଁ ଏହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ଦେଢ଼ ମାସ ପୂର୍ବରୁ ଫଜଲଗଞ୍ଜରେ କେସ୍କୋରେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାରେ ଦୀପକଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିଲା।

ଏବେ କିଛି ଦିନ ତଳେ ପ୍ଲାଷ୍ଟର ଖୋଲା ଯାଇଛି କିନ୍ତୁ ସେ ଚାଲିବାକୁ ଅକ୍ଷମ। ଏପରି ପରିସ୍ଥିତିରେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଅନ୍ଧର ଲଉଡ଼ି ପାଲଟିଛନ୍ତି। ସେ ମହାରାଷ୍ଟ୍ରର ଜଲଗାଁଓରେ ରୁହନ୍ତି ଯିଏ ଏଠାକୁ କାମ କରିବା ପାଇଁ ଆସିଥିଲେ। ସେମାନେ ଲକଡାଉନରେ ନିଜ ଘରକୁ ବାହାରିଥିଲେ।

ସୋମବାରରୁ ସ୍ବାମୀଙ୍କ ସହ ଟ୍ରେନ୍ ଯୋଗେ ଯିବା ପାଇଁ ସେ ଏଠାରେ ରହିଥିଲେ। ତାଙ୍କ ପତ୍ନୀ ଜ୍ୟୋତି ତାଙ୍କୁ ନିଜ କାନ୍ଧରେ ବୋହି ସବୁ ଆଡ଼କୁ ନେଇ ଯାଉଛନ୍ତି। ମଙ୍ଗଳବାର ସେ ପୁଷ୍ପକ ଏକ୍ସପ୍ରେସ ଯୋଗେ ନିଜ ସ୍ବାମୀଙ୍କୁ ନେଇ ମୁମ୍ବାଇ ବାହାରିଥିଲେ।

   Related Posts