ଅଳିଆ ଭାବି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ୮ ଲକ୍ଷ ଟଙ୍କାର ସୁନା, ପୋଲିସ୍‌ ସିସିଟିଭି ଯାଞ୍ଚ କରିବାରୁ...

Published By : Prameya-News7 Bureau | October 19, 2021 IST

ଚେନ୍ନାଇ, ୧୯/୧୦: ସୁନା ବା ଗୋଲ୍ଡ ଏକ ମୁଲ୍ୟବାନ ଧାତୁ । ଏହାକୁ ଲୋକେ ସୁରକ୍ଷିତ ସ୍ଥାନରେ ରଖନ୍ତି । କାରଣ ଏହା ଚୋରୀ ହୋଇଯିବାର ଅଧିକ ଭୟ ରହିଥାଏ । କିନ୍ତୁ ସୁନାକୁ କିଏ ଫୋପାଡ଼ି ଦେବାର ଆପଣ ଶୁଣି ନଥିବେ । ଏପରି ଏକ ଘଟଣା ଘଟିଛି ତାମିଲ୍‌ନାଡ଼ୁରେ । ଜଣେ ଅଳିଆ ଆବର୍ଜନା କମ୍ପୋଜ୍‌ କରୁଥିବା ବ୍ୟକ୍ତି ଅଳିଆ ଗଦାରୁ ୧ ଶହ ଗ୍ରାମର ସୁନା କଏନ୍‌ ପାଇଛନ୍ତି । ଯାହାର ବଜାର ମୂଲ୍ୟ ପାଖାପାଖି ୭.୫ରୁ ୮ ଲକ୍ଷ ଟଙ୍କା ।

ଗଣେଶ ରମନ ଜଣେ କ୍ୟୁରିୟର୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀ । ସାଧାରଣ ଲୋକ ଭାବେ ଟଙ୍କା ସଞ୍ଚୟ କରି ସେ ଶହେ ଗ୍ରାମର ଗୋଲ୍ଡ କଏନ୍‌ କିଣିଥିଲେ । ଏହାକୁ ସେ ପିଙ୍କ୍‌ କଲର୍‌ର ଏକ ପେପର ଗୁଡ଼ାଇ ବେଡ୍‌ର ତଳେ ରଖିଦେଇଥିଲେ । ହେଲେ ସେହିଦିନ ପତ୍ନୀ ରୁମ୍‌ ସଫା କରିଥିଲେ । ଗଣେଶ ଯେତେବେଳେ ବେଡ୍‌ ତଳ ଦେଖିଥିଲେ ସେତେବେଳେ କଏନ୍‌ ନଥିବା ଦେଖିବାକୁ ପାଇଥିଲେ । ବ୍ୟସ୍ତ ହୋଇ ସେ ପତ୍ନୀକୁ ପଚାରିବାରୁ ସେ ରୁମ୍‌ ସଫା କରି ଅଳିଆ ସବୁ ଫିଙ୍ଗି ଦେଇଥିବା କହିଥିଲେ ।

ପରେ ଏନେଇ ସେ ଥାନାରେ ଏକ ମାମଲା ଦାଏର କରିଥିଲେ । ସଙ୍ଗେ ସଙ୍ଗେ ପୋଲିସ୍‌ ସିସିଟିଭି ଚେକ୍‌ କରି କେଉଁ ବ୍ୟକ୍ତି ଅଳିଆ ସଫା କରିବାକୁ ଯାଇଥିଲା ତାଙ୍କୁ ଖୋଜି ବାହର କରିଥିଲା । ହେଲେ ପୋଲିସ୍‌ ପହଞ୍ଚିବା ପୂର୍ବରୁ ସେ ତାଙ୍କ ମ୍ୟାନେଜରଙ୍କ ସହାୟତାରେ ମୂଲ୍ୟବାନ କଏନ୍‌ଟିକୁ ଗଣେଶଙ୍କୁ ଫେରାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.