Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ପୁଣି ଆସିଲା ୱାଇଫ ସ୍ବାପିଙ୍ଗ ବା ସ୍ତ୍ରୀ ଅଦଳବଦଳ ଭଳି ଘୃଣ୍ୟ ଅଭିଯୋଗ, ତଦନ୍ତ ପାଇଁ ଏଡିଜି ଦେଲେ ନିର୍ଦ୍ଦେଶ

2/09/2019 at 3:59 PM

ଲକ୍ଷ୍ନୌ ୨/୯: ଓ୍ବାଇଫ ସ୍ବାପିଙ୍ଗ(ପତ୍ନୀ ଅଦଳବଦଳ)ର ଏକ ହାଇପ୍ରୋଫାଇଲ୍ ମାମଲା ସାମନାକୁ ଆସିଛି। ଜଣେ ବ୍ୟବସାୟୀଙ୍କ ସ୍ତ୍ରୀ ତାଙ୍କ ସ୍ବାମୀ ଏବଂ ତାଙ୍କ ବିବାହିତ ବନ୍ଧୁଙ୍କ ବିରୋଧରେ ପତ୍ନୀ ଅଦଳବଦଳ ଭଳି ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ବ୍ୟବସାୟୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ତାଙ୍କୁ ଅନ୍ୟ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ କରୁଛନ୍ତି। ପୀଡ଼ିତା ଜଣକ ଏଡିଜିଙ୍କ ନିକଟରେ ହାଜର ହୋଇ ଏହି ଅଭିଯୋଗ କରିଛନ୍ତି।  ଏଡିଜି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଘଟିଛି ୟୁପିର ନଜୀରାବାଦ ଥାନା ଅଞ୍ଚଳରେ ।  

ବ୍ୟବସାୟୀଙ୍କ ସ୍ତ୍ରୀଙ୍କ କହିବାନୁସାରେ ଅଗଷ୍ଟ ୧୫ତାରିଖରେ ତାଙ୍କ ଘରକୁ ତାଙ୍କ ସ୍ବାମୀଙ୍କ ଘନିଷ୍ଠ ବନ୍ଧୁ ସପତ୍ନୀକ ଆସିଥିଲେ। ୩ଜଣ ଏକା ସାଙ୍ଗରେ ବସି ମଦ ପିଇଥିଲେ। ଏହା ପରେ ଜଣେ ସାଙ୍ଗ ତାଙ୍କ ପତ୍ନୀଙ୍କୁ ଅନ୍ୟ ଜଣଙ୍କ ସ୍ବାମୀଙ୍କ ସହ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ଉଭୟେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ।

ପରଦିନ ବ୍ୟବସାୟୀ ଜଣକ ତାଙ୍କୁ ମଧ୍ୟ ସଂପୃକ୍ତ ସାଙ୍ଗଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ରୁମରେ ବନ୍ଦ କରି ଦେଇଥିଲେ। ବ୍ୟବସାୟୀ ସନ୍ଧ୍ୟାରେ ସାଙ୍ଗଙ୍କ ସହ ଘରେ ପହଞ୍ଚିଥିଲେ।

ଏହା ପରେ ପୁଣି ଥରେ ତାଙ୍କୁ ତାଙ୍କ ସାଙ୍ଗଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ତାଙ୍କୁ କହିଥିଲେ ଯେ ଯଦି ସେ ତାଙ୍କ ସାଙ୍ଗଙ୍କ ସହ ଶାରିରୀକ ସମ୍ପର୍କ ରଖିବେ ତେବେ ତାଙ୍କ ବ୍ୟବସାୟରେ ଖୁବ ଲାଭ ହେବ। ସେ ତାଙ୍କ ସାଙ୍ଗଙ୍କ ସମ୍ମୁଖରେ ତାଙ୍କୁ ଅଶ୍ଳୀଳ ଫିଲ୍ମ ମଧ୍ୟ ଦେଖାଇଥିଲେ। ତଥାପି ସେ ରାଜି ହୋଇନଥିଲେ। ଏହାପରଠୁ ସ୍ବାମୀ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଏଡିଜି ପୋଲିସକୁ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରିବା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

   Related Posts