‘ସୀତା’ କାହିଁକି ସାଜିଲା ସ୍ବାମୀ ହତ୍ୟାକାରୀ ? ୧୨ବର୍ଷରେ ପ୍ରେମ ୧୪ବର୍ଷରେ ମା’, ୨୫ବର୍ଷ ପରେ ବି ନଥିଲା ଶାନ୍ତି

Published By : Prameya-News7 Bureau | December 18, 2019 IST

ବାରିପଦା ୧୮।୧୨: ସ୍ବାମୀକୁ ହାଣିଦେଲା ସ୍ତ୍ରୀ । ହତ୍ୟା କରିବା ପରେ ଟ୍ରେନ୍ ରେ ଯାଇ ପୋଲିସରେ କଲା ଆତ୍ମସମର୍ପଣ । ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିପଦାଠାରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ସ୍ବାମୀ ହତ୍ୟାକାରୀ ମହିଳା ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି।

ସ୍ବାମୀ ହତ୍ୟାକାରୀ ମହିଳା ଜଣଙ୍କ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ସିରିଶବଣୀ ଗାଁର ସୀତା ହେମ୍ବ୍ରମ । ସେ କରିଥିବା ଅଭିଯୋଗ ଅନୁଯାୟୀ, ୧୨ବର୍ଷ ବୟସରୁ ସେ ସେହି ଗାଁର ବଢ ମାରାଣ୍ଡିଙ୍କ ସହିତ ରହି ଆସୁଥିଲେ । ୧୪ ବର୍ଷ ବୟସରେ ସୀତା ବଢ ମାରାଣ୍ଡିଙ୍କ ପୁଅର ମା’ ହୋଇଥିଲେ । ରହିଭର କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସଂପର୍କ ଭଲ ରହିଥିଲା । ତାପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହେବାକୁ ଲାଗିଲା । ସ୍ବାମୀ ବଢ ତାଙ୍କୁ କିଛି ଦିନ ପାଇଁ ଘରୁ ତଡିଦେଉଥିଲେ ପୁଣି ତାଙ୍କୁ ଘରକୁ ଡାକିଆଣୁଥିଲେ । ମାତ୍ର କିଛି ମାସ ହେବ ସେମାନଙ୍କର ବହୁ ସମୟରେ ଝଗଡା ହେଉଥିଲା । ଏମିତିକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ଓ ଝଗଡା ମଧ୍ୟ ଲାଗିରହୁଥିଲା ।

ବଢ ସୀତାଙ୍କୁ ସ୍ତ୍ରୀର ସ୍ବୀକୃତି ଓ ପୁଅକୁ ବାପାର ପରିଚୟ ନଦେବା ସହିତ ଅନ୍ୟତ୍ର ବିବାହ କରି ମା’-ପୁଅଙ୍କୁ ଅବହେଳା କରି ଆସୁଥିବା ମଧ୍ୟ କହିଛନ୍ତି ସୀତା । ଶେଷରେ ଅତିଷ୍ଠ ହୋଇ ସେ ସ୍ବାମୀ ବଢକୁ ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ସ୍ବାମୀ ବଢ ହେମ୍ବ୍ରମଙ୍କୁ କଟୁରୀରେ ସେ କଟୁରୀ ସାହାଯ୍ୟରେ ହାଣିଦେଇଥିଲେ । ଘଟଣାସ୍ଥଳରେ ହିଁ ସ୍ବାମୀ ବଢଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କୁ ହତ୍ୟା କରିବା ପରେ ସୀତା ବାଲେଶ୍ବର ଷ୍ଟେସନରୁ ଟ୍ରେନ୍ ଯୋଗେ ପ୍ରଥମେ ରୁପସା ଆସିଥିଲେ । ତାପରେ ପୁଣି ଟ୍ରେନ୍ ଧରି ବାରିପଦା ଷ୍ଟେସନରେ ଓହ୍ଲାଇ ଚାଲିଚାଲି ଆସି ସଦର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.